ବମ୍ବେ ଫିନୋଟାଇପ୍ ରକ୍ତ ଦେଇ ଜୀବନ ବଞ୍ଚାଇଲେ

ସୁନ୍ଦରଗଡ଼ : ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ ଶଯ୍ୟାରେ ଥିବା ସୁନ୍ଦରଗଡ଼ ମହାନ୍ତିଆପଡ଼ାର ଯୁବକ ଜଗବନ୍ଧୁ ବାଗଙ୍କୁ ବିରଳ ବମ୍ବେ ଫିନୋଟାଇପ୍ ଏଚ୍‌ ବିଯୁକ୍ତ ରକ୍ତଦାନ କରି ଜୀବନ ରଖିଦେଲେ ରାଉରକେଲାର ଯୁବ ସମାଜସେବୀ ନେଷ୍ଟର ଏସ୍‌. କୁଜୁର।

ଗୁରୁତର ଜଗବନ୍ଧୁଙ୍କ ଦେହରେ ମାତ୍ର ୬ ପଏଣ୍ଟ ହିମୋଗ୍ଲୋବିନ ଥିବାବେଳେ ତାଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତ ଆବଶ୍ୟକ ହୋଇଥିଲା। ତେବେ ତାଙ୍କର ରକ୍ତ ଗ୍ରୁପ୍‌ ବିରଳ ବମ୍ବେ ଫିନୋଟାଇପ୍ ଏଚ୍‌ ବିଯୁକ୍ତ ଥିବା ଜଣାପଡ଼ିବା ପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଏହି ସମୟରେ ଜିଲ୍ଲା ବିଜେଡି ଛାତ୍ର ନେତା ସୟଦ ସେହବାଜ ହୁସେନ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ଜଣେ ସମାଜସେବୀ ନେଷ୍ଟର ଏସ୍ କୁଜୁର ଓ ଭୁବନେଶ୍ଵର ଉତ୍କଳ ରକ୍ଷକ ଏନ୍‌ଜିଓଙ୍କ ସହଯୋଗ ଲୋଡ଼ିଥିଲେ। ନେଷ୍ଟର୍ ଏସ. କୁଜୁରଙ୍କ ରକ୍ତଗ୍ରୁପ୍‌ ବମ୍ବେ ଫିନୋଟାଇପ୍ ଏଚ୍‌ ବିଯୁକ୍ତ ହୋଇଥିବାରୁ ସେ ତୁରନ୍ତ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ରକୁ ଆସି ରକ୍ତଦାନ କରିଥିଲେ । ଶ୍ରୀ କୁଜୁରଙ୍କ ଏହି ମହତ୍ କାର୍ଯ୍ୟକୁ ଛାତ୍ର ବିଜେଡି ପକ୍ଷରୁ ପ୍ରଶଂସା କରାଯାଇଛି। ଜିଲ୍ଲା ସଭାପତିଙ୍କ ସହ ଛାତ୍ର ବିଜେଡିର ପରବେଜ ଖାନ୍, ଋତୁରାଜ ପୁରୋହିତ, ଜାଗ୍ରତ ଯୋଶୀ, ସୁଶାନ୍ତ କୁମାର ଦେବ ପ୍ରମୁଖ ଶ୍ରୀ କୁଜୁରଙ୍କୁ ଧନ୍ୟବାଦ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ବମ୍ବେ ଫିନୋଟାଇପ୍ ରକ୍ତ ଗ୍ରୁପ୍‌ ସମଗ୍ର ଭାରତରେ ଅଢ଼େଇ ଲକ୍ଷରେ ଜଣଙ୍କ ଶରୀରରେ ଥାଏ।

ସମ୍ବନ୍ଧିତ ଖବର