ଭୁବନେଶ୍ବର: ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ’ ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ’ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା। ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟ ପଞ୍ଜିକା ଗଣନାକାରୀଙ୍କ ସହ ଯୋଗାଯୋଗ ପରେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବାକୁ ସ୍ଥିର ହୋଇଛି। ତେଣୁ ସରକାର ଛୁଟି ତାରିଖକୁ ପରିବର୍ତ୍ତନ କରିଛନ୍ତି। ୨୭ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ।
୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି: ୨୭ ତାରିଖରେ ଖୋଲା ରହିବ ସରକାରୀ ଅଫିସ
ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ’ ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ’ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା।
/sambad/media/post_attachments/wp-content/uploads/2024/01/lokaseba-bhawan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)