ମାଲକାନଗିରି: ବଜାରରେ ଏବେ ଶ୍ରାବଣ କଢ। ପ୍ରଥମ କରି ଚଳିତ ବର୍ଷ ଶ୍ରାବଣ କଢ଼ ଆସିବା ପରେ ଲୋକଙ୍କ ଖୁସି କହିଲେ ନସରେ। ଏହାର ଦାମ କିନ୍ତୁ କିଲୋ ୧୦୦୦ ଟଂକା ଥିଲା। ଲୋକେ ପ୍ରଥମ କରି ଆସିଥିବା ଏହି ଶ୍ରାବଣ ଛତୁକୁ ବେଧଡକ ଦାମ ନଦେଖି କିଣି ନେଉଥିବା ଲକ୍ଷ୍ୟ କରାଯାଇଥିଲା। ଏହା ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ନଥିଲା ବୋଲି ଆଲୋଚନା ହେଉଥିଲା। କାରଣ ଏତେ ଟଂକା ଦେଇ ଶ୍ରାବଣ ଛତୁ କିଣି ନେବା ବଦଳରେ ମାଂସ କିମ୍ବା ମାଛ କାହିଁକି କିଣି ନେବେ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଥିଲା।
ମାଲକାନଗିରି ସୀମାନ୍ତକୁ ଲାଗି ରହିଥିବା ସୁକମା ଅଂଚଳରୁ ଏହି ଶ୍ରାବଣ ଛତୁ ଆସିଥିବା କୁହାଯାଇଛି। କାରଣ ସେହି ଅଂଚଳରେ ପ୍ରଚୁର ଶ୍ରାବଣ ଛତୁ ଫୁଟେ। ଝିପିଝିପି ବର୍ଷା ଲାଗି ରହିଥିବାରୁ ସନ୍ତସନ୍ତିଆ ଜାଗାମାନଙ୍କରେ ଏହି ଶ୍ରାବଣ ଛତୁ ଫୁଟିଥିବା ଦେଖିବାକୁ ମିଳିଛି। ଆଗକୁ ଦାମ କମିଲେ ସାଧାରଣ ଲୋକେ ତାହା ଖରିଦ କରିପାରିବେ ବୋଲି କୁହାଯାଇଛି। ମାଲକାନଗିରି ଏବଂ ସୁକମା ଅଂଚଳରେ ଛୋଟ ଛୋଟ ଶ୍ରାବଣ କଢ ମିଳୁଥିବାରୁ ଲୋକଙ୍କ ଆଗ୍ରହ ନଥିଲେ ମଧ୍ୟ ପରିବାର ସହ ମିଶି ଏହାର ମଜା ନେବା ପାଇ କିଣି ନେଉଥିବା ଦେଖିବାକୁ ମିଳିଛି। ଆଗକୁ ପ୍ରଚୁର ପରିମାଣରେ ଶ୍ରାବଣ ଛତୁ ଆସିଲେ ଦାମ କମିବା ସହ ସମସ୍ତ ବର୍ଗର ଲୋକଙ୍କ ପାଇଁ ସେହି ଦାମ ସୁହାଇବ ବୋଲି କୁହାଯାଇଛି।