ବ୍ରହ୍ମପୁର: ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଜି ଶୂନ୍ୟଚନ୍ଦ୍ର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିପୂର୍ବରୁ ଏହି ମାମଲାରେ ପୁଲିସ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ଶୂନ୍ୟଚନ୍ଦ୍ରଙ୍କ ଗିରଫ ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି। ପ୍ରକାଶ ଥାଉକି ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିହାରୀ ଅପରାଧୀଙ୍କୁ ଅଣାଯାଇ ଅଳକାପୁରୀ ଅଞ୍ଚଳରେ ଥିବା ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ରଖାଯାଇଥିଲା। ପୁଲିସ ପୂର୍ବରୁ ଶୂନ୍ୟଚନ୍ଦ୍ରଙ୍କୁ ପଚରାଉଚରା ବେଳେ ସେ ଅପରାଧୀଙ୍କ ସଂପର୍କରେ ଜାଣିନଥିବା କହିଥିଲେ। ତଦନ୍ତ ବେଳେ ଶୂନ୍ୟଚନ୍ଦ୍ର ଅପରାଧୀଙ୍କ ସଂପର୍କରେ ଜାଣିଥିବା ଏବଂ ଆଶ୍ରୟ ପାଇଁ ଘର ଦେଇଥିବା ଯୋଗୁ ତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ କହିଛନ୍ତି।
ପୀତବାସ ପଣ୍ଡା ହତ୍ୟାକାଣ୍ଡ ଅପରାଧୀଙ୍କୁ ଆଶ୍ରୟ ଦେଇଥିବା ଶୂନ୍ୟଚନ୍ଦ୍ର ଗିରଫ
ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଜି ଶୂନ୍ୟଚନ୍ଦ୍ର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିପୂର୍ବରୁ ଏହି ମାମଲାରେ ପୁଲିସ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ....
/sambad/media/media_files/2025/10/29/untitled-12-2025-10-29-07-28-47.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)