ବ୍ରଜରାଜନଗର : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବ୍ରଜରାଜନଗର ଶାଖାରେ ସ୍ବର୍ଗତ ଦଶରଥ ମୁଣ୍ଡାଙ୍କ ଅଚଳ ବ୍ୟାଙ୍କ ଜମା ଖାତାରୁ ପ୍ରାୟ ୧୮ ଲକ୍ଷ ୩୨ ହଜାର ଟଙ୍କା ହଡ଼ପ ଘଟଣାରେ ଉକ୍ତ ବ୍ୟାଙ୍କର ଆକାଉଣ୍ଟାଣ୍ଟ୍ ସନ୍ଦୀପ ମହାନ୍ତିଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ବ୍ରଜରାଜନଗର ଥାନା ଆଇଆଇସି ବୈକୁଣ୍ଠ ସେଠ ପ୍ରକାଶ କରିଛନ୍ତି। ସ୍ବର୍ଗତ ମୁଣ୍ଡାଙ୍କ ପତ୍ନୀ ଶ୍ରୀମତୀ ମୁଣ୍ଡା ଓ ତାଙ୍କ ପୁଅ ଟିକେଶ୍ୱରଙ୍କ ଅଭିଯୋଗ ଆଧାରରେ ପୁଲିସ କେସ୍ ନମ୍ବର ୧୮୧/୨୧ ଏବଂ ଧାରା ୪୦୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ସାରସମାଲର ଦଶରଥ ମୁଣ୍ଡା ବ୍ରଜରାଜନଗରସ୍ଥିତ ଓରିଏଣ୍ଟ କୋଇଲ କ୍ଷେତ୍ରର ଦୁଇ ନମ୍ବର କୋଇଲା ଖଣିରେ କାର୍ଯ୍ୟ କାରୁଥିବା ବେଳେ ଲମ୍ଟିବାହାଲ ଷ୍ଟେଟ୍ବ୍ୟାଙ୍କ ଶାଖାରେ ଜମା ଖାତା ଖୋଲିଥିଲେ। ୨୦୧୪ରେ ଅବସର ନେବା ପରେ ମିଳିଥିବା ଟଙ୍କା ଏହି ଖାତାରେ ଜମା ହୋଇଥିଲା। ଅବସର ପରେ ତାଙ୍କର ପେନ୍ସନ୍ ମଧ୍ୟ ଏହି ଖାତାକୁ ଆସୁଥିଲା। ୨୦୧୭ରେ ତାଙ୍କର ମୃତ୍ୟୁ ହେବାରୁ ପତ୍ନୀ ଶ୍ରୀମତୀ ମୁଣ୍ଡାଙ୍କୁ ପେନ୍ସନ୍ ମିଳୁଛି। ଆବଶ୍ୟକ ପଡ଼ିବାରୁ ଶ୍ରୀମତୀ ମୁଣ୍ଡା ଓ ତାଙ୍କର ପୁଅ ଟିକେଶ୍ୱର ସେହି ଖାତାରୁ ଟଙ୍କା ଉଠାଇବାକୁ ଚାହିଥିଲେ। ମାତ୍ର ବିଭିନ୍ନ କଥା କହି ତାଙ୍କୁ ଟଙ୍କା ଉଠାଇବା ସୁଯୋଗ ଦିଆଯାଉ ନଥିଲା। ପୁଲିସର ଧମକ ଦେବାରୁ ୩ ଥରରେ ୧୧ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ପାରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ଟଙ୍କା ଉଠାଇବାକୁ ଗଲାବେଳେ ସେହି ଖାତାରେ ପ୍ରାୟ ୧୮ ଲକ୍ଷ ୩୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ଆକାଉଣ୍ଟାଣ୍ଟ ଶ୍ରୀ ମହାନ୍ତି ଚଞ୍ଚକତା କରି ଅବଶିଷ୍ଟ ଟଙ୍କା ହଡ଼ପ କରିଥିବା ଶ୍ରୀମତୀ ଓ ତାଙ୍କ ପୁଅ ଟିକେଶ୍ୱର ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)