ଖୋର୍ଦ୍ଧା: ରାଜ୍ୟ ସରକାର ଗ୍ରାମାଞ୍ଚଳର ଅଶିକ୍ଷିତ, ଗରିବ ଲୋକଙ୍କୁ ବ୍ୟାଂକିଂ ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ସିଏସ୍ପି-ପ୍ଲସ ଖୋଲିବାକୁ ଯାଉଛନ୍ତି। ଏହି ଯୋଜନାରେ ଏସ୍ବିଆଇ ଦ୍ବାରା ନିଯୁକ୍ତି ପାଇଥିବା ସିଏସ୍ପି ପ୍ରତିନିଧିଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବାକୁ ଏସ୍ବିଆଇ ସିଏସ୍ପି ଅପରେଟ୍ର (ପ୍ରତିନିଧି)ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।
ନିଜର ଦାବିପତ୍ର ସମ୍ପର୍କରେ ଏସ୍ବିଆଇ ସିଏସ୍ପି ପ୍ରତିନିଧି ସ୍ମୃତି ମିଶ୍ର କହିଛନ୍ତି ଯେ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ୧୦ ବର୍ଷ ପୂର୍ବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କଷ୍ଟମର ସର୍ଭିସ ପଏଣ୍ଟ (ସିଏସ୍ପି) ପ୍ରତିନିଧିଙ୍କୁ ନିଯୁକ୍ତି ଦେଇଥିଲା। ଏହି ସମୟ ମଧ୍ୟରେ ସେମାନେ ଲୋକଙ୍କୁ ଘରଭଡ଼ା, ବିଦ୍ୟୁତ୍ବିଲ୍ ପଇଠ, ଜମାଖାତା ପ୍ରିଣ୍ଟିଂ, ସବ୍ କୋ ପେମେଣ୍ଟ ମାଧ୍ୟମରେ ସରକାରଙ୍କ ଯୋଜନାର ଅର୍ଥକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଉଛନ୍ତି। ଏଭଳି ସମୟରେ ରାଜ୍ୟ ସରକାର ସିଏସ୍ପି-ପ୍ଲସ ଖୋଲି ଅନୁରୂପ ସେବା ଯୋଗାଇଦେବାକୁ ଯେଜାନା କରୁଛନ୍ତି। ଏହାଦ୍ବାରା ସେମାନଙ୍କ ଜୀବିକା ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଏଣୁ ରାଜ୍ୟ ସରକାର ନୂତନ ନିଯୁକ୍ତି ବଦଳରେ ସେମାନଙ୍କୁ ଏଥିରେ ନିଯୁକ୍ତି ଦେବାକୁ ଅନୁରୋଧକରିଛନ୍ତି। ଆଜିର ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ମୟୂରାକ୍ଷୀ ମିଶ୍ର, ନରାୟଣ ପ୍ରଧାନ, ସୁବ୍ରତ ପଟ୍ଟନାୟକ, ଆଶିଷ ଲେଙ୍କା, ଆଶିଷ ମହାନ୍ତି, ଜଗନ୍ନାଥ ତରାଇ, ପ୍ରଦୀପ ପଟ୍ଟନାୟକଙ୍କ ସମେତ ଅନ୍ୟ ସିଏସ୍ପି ପ୍ରତିନିଧିମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/SBI-CSP-Employees-nka-dabipatra-Khordha-zillapala.jpeg)