କରୋନା ଯୋଦ୍ଧାଙ୍କୁ ଏସବିଆଇର ସହାୟତା : କନ୍ଧମାଳର ପୁଲିସ କର୍ମଚାରୀଙ୍କୁ ଛତା ପ୍ରଦାନ

ଫୁଲବାଣୀ :କରୋନା ମୁକାବିଲା ପାଇଁ ପୁଲିସର ଭୂମିକାକୁ ଭୁଲି ହେବ ନାହିଁ। ଧୁଧୂ ଖରାରେ ପୁଲିସ କର୍ମଚାରୀ କାମ କରୁଛନ୍ତି। କରୋନା ଯୋଦ୍ଧା କନ୍ଧମାଳର ପୁଲିସ କର୍ମଚାରୀଙ୍କୁ ଷ୍ଟେଟବ୍ୟାଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଆଜି ଜିଲ୍ଲା ମୁଖ୍ୟ ପୁଲିସ କାର୍ଯ୍ୟାଳୟରେ ଏସପି ପ୍ରତୀକ ଗୀତା ସିଂଙ୍କୁ ଫୁଲବାଣୀ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ବିକ୍ରମ କେଶରୀ ମାନ୍ଧାନ୍ତା ପୁଲିସ କର୍ମଚାରୀଙ୍କ ପାଇଁ ୧୦୦ଟି ଛତା ପ୍ରଦାନ କରିଛନ୍ତି। ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କଳ୍ପତରୁ ସ୍ବାଇଁ,ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଦୀପକ କୁମାର ମଲ୍ଲିକ ଏବଂ ପୁଲିସ ରିଜର୍ଭ ଇନସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସହାୟତା ପାଇ ଏସପି ଶ୍ରୀ ସିଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ବୌଦ୍ଧ ଜିଲ୍ଲାର ପୁଲିସ କର୍ମଚାରୀଙ୍କ ପାଇଁ ଛତା ପ୍ରଦାନ କରାଯିବ। ଆସନ୍ତାକାଲି ଫୁଲବାଣୀରେ ପୁଲିସ କର୍ମଚାରୀଙ୍କୁ ଜଳଖିଆ ବଣ୍ଟନ କରାଯିବ ବୋଲି ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ମାନ୍ଧାନ୍ତା କହିଛନ୍ତି। କନ୍ଧମାଳ ଓ ବୌଦ୍ଧରେ ବ୍ୟାଙ୍କର ସମୁଦାୟ ୩୯ଟି ଶାଖା ରହିଛି। ସେଥି ମଧ୍ୟରୁ ବଡ ୨୦ଟି ଶାଖାରେ କରୋନା ପାଇଁ ସାମାଜିକ ଦୂରତା ଅବଲମ୍ବନ ନିମନ୍ତେ ଗ୍ରାହକଙ୍କ ପାଇଁ ବାହାରେ ଟେଣ୍ଟ ମରାଯିବା ସହ ବସିବା ପାଇଁ ଚେୟାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର