ଶାଖା ପରିଚାଳକ କରୋନା ସଂକ୍ରମିତ: ଝରିଗାଁ ଷ୍ଟେଟବ୍ୟାଙ୍କ ୪୮ ଘଣ୍ଟା ପାଇଁ ବନ୍ଦ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଥିବା ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ ଅନିଲ ମେହେର ଆଜି କରୋନା ପଜିଟିଭ ବାହାରିବା ପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡିଛି। ଶ୍ରୀ ମେହେର ଗତ କାଲିଠାରୁ ଅସୁସ୍ଥ ଅନୁଭଵ କରୁଥିଲେ।

ତେବେ ଆଜି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ କୋଭିଡ ପରୀକ୍ଷା କରିଥିଲେ। ସେଠାରେ କରୋନା ପଜିଟିଭ ବାହାରିଥିଲା। ପରେ ଝରିଗାଁ ଷ୍ଟେଟବ୍ୟାଙ୍କ ଶାଖା ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡିଛି। ଆଜି ଓ କାଲି ୨୪ ଘଣ୍ଟା ପରେ ରବିବାର ସାପ୍ତାହିକ ଛୁଟି ଯୋଗୁଁ ଆସନ୍ତା ସୋମବାର ଦିନ ବ୍ୟାଙ୍କ ଖୋଲାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର