ଭୁବନେଶ୍ବର : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେନସନର୍ସ ସଂଘର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। କିଛି ଭୂତ ଭୋଟରଙ୍କୁ ଭୋଟ୍ ତାଲିକାରେ ସାମିଲ କରାଯାଇଥିବା ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଏ ସଂପର୍କରେ ରାଜ୍ୟ ରାଜସ୍ବ ବୋର୍ଡ ପକ୍ଷରୁ ସଂଘର କର୍ମକର୍ତାମାନଙ୍କୁ ପତ୍ର ଜାରି ହୋଇଛି।
ବିଭାଗ ପକ୍ଷରୁ କୁହାଯାଇଛି ପେନସନର୍ସ ସଂଘର ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ସଂଘର ଭୁବନେଶ୍ବର ସର୍କଲରେ ହେବାକୁ ଥିବା ନିର୍ବାଚନକୁ ନିରୀକ୍ଷଣ କରିବା ପାଇଁ ଆଇଜିଆର ତଥା ସୋସାଇଟିର ରେଜିଷ୍ଟ୍ରାରଙ୍କୁ କୁହାଯାଇଥିଲା। ମାତ୍ର ରେଜିଷ୍ଟ୍ରାରଙ୍କ ନିକଟରେ କିଛି ମୃତ ଭୋଟରଙ୍କୁ ତାଲିକାରେ ସାମିଲଶ କରାଯାଇଥିବା ନେଇ ପିଟିସନ୍ ପହଞ୍ଚିଥିଲା। ତେଣୁ ଭୋଟର ତାଲିକାକୁ ସ୍ବଚ୍ଛ କରିବା ପାଇଁ ବର୍ତ୍ତମାନର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ପରବର୍ତୀ ସମୟରେ ଏଥିପାଇଁ ଏକ ତାରିଖ ଧାର୍ଯ୍ୟ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପତ୍ରରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/sbi1.jpg)
