ଜାଣନ୍ତୁ, ପୁରୀରେ କଟକଣା ଯୁକ୍ତ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ ପାଇଁ କି ସବୁ ସର୍ତ୍ତ ରଖିଛନ୍ତି ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ/ ପୁରୀ: ଶେଷରେ ସବୁ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଏଥିସହ ନିଜର ଅନୁମତି ପତ୍ରରେ ସୁପ୍ରିମ୍‌ କୋର୍ଟ ରଥଯାତ୍ରା ଆୟୋଜନ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ମଧ୍ୟ ରଖିଛନ୍ତି।
ସୁପ୍ରିମ୍‌ କୋର୍ଟ କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ ପାଇଁ ରଖିଥିବା ସର୍ତ୍ତଗୁଡ଼ିକ ମଧ୍ୟରେ ରହିଛି:

– ଗୋଟିଏ ରଥକୁ ସର୍ବାଧିକ ୫ଶହ ଜଣ ଟାଣି ପାରିବେ
– ଗୋଟିଏ ରଥରୁ ଆଉ ଗୋଟିଏ ରଥ ଟଣା ହେବା ଭିତରେ ସର୍ବନିମ୍ନ ଏକଘଣ୍ଟାର ବ୍ୟବଧାନ ରହିବ
– ରଥଯାତ୍ରା କାଳରେ ସମଗ୍ର ପୁରୀ ଜିଲ୍ଲାକୁ ସଂପୂର୍ଣ୍ଣ ସିଲ୍‌ କରାଯିବ
– ସହର ମଧ୍ୟକୁ ଆସିଥିବା ସମସ୍ତ ପ୍ରବେଶ ପଥକୁ ସିଲ କରାଯିବ
– ଆଜି ରାତି ୮ଟାରୁ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ
– ପୁରୀ ସହରକୁ ବସ୍‌ ଓ ରେଳ ସେବା ସଂପୂର୍ଣ୍ଣ ବନ୍ଦ ରହିବ
– କରୋନା ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାର ଭଲ ଭାବରେ କାର୍ଯ୍ୟ କରିଛନ୍ତି
– ତେଣୁ ଏଭଳି ଆଭିମୁଖ୍ୟ ରଥଯାତ୍ରାରେ ବି ରଖିବାକୁ ନିର୍ଦେଶ
– ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇପାରିବେ ରାଜ୍ୟ ସରକାର


– ରଥଯାତ୍ରାରେ ସାମିଲ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ରଖିବେ ରାଜ୍ୟ ସରକାର
– ରଥ ଟଣା ହେବା ବେଳେ କର୍ଫ୍ୟୁ ଜାରି ରହିବ
– କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିବା ସେବାୟତ ହିଁ ରଥଯାତ୍ରା ସେବାରେ ସାମିଲ ହୋଇପାରିବେ
– ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରଥଯାତ୍ରାର ଉତ୍ତରଦାୟିତ୍ୱ ନେବେ
– ସରକାର ଓ ପ୍ରଶାସନ ବି ନିୟମର ପାଳନ ପାଇଁ ଉତ୍ତରଦାୟୀ ରହିବେ
– ମୁକ୍ତ ଓ ବିନାମୂଲ୍ୟରେ ରଥଯାତ୍ରାର ପ୍ରସାରଣ କରିପାରିବେ ଗଣମାଧ୍ୟମ

ସମ୍ବନ୍ଧିତ ଖବର