ପରୀ ହତ୍ୟା ମାମଲା : ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପରୀ ହତ୍ୟା ମାମଲାରେ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ମାମଲାର ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ପରିବାର ଲୋକେ । କୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ଆବେଦନ କରିବାକୁ ପରୀର ବାପା, ମାଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

ନୟାଗଡର କୁନି ଝିଅ ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ପରୀର ବାପା, ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପ୍ରଥମେ ରିଟ୍ ପିଟିସନ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଆବେଦନ କରାଯାଇଥିଲା । ପୂର୍ବ ଶୁଣାଣି ସମୟରେ ଖଣ୍ଡପୀଠ ପରୀ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ତଳକୋର୍ଟ ଅର୍ଥାତ ଓଡ଼ିଶା ହାଇକୋର୍ଟ ଦେଇଥିବା ଅର୍ଡର କପି କୋର୍ଟଙ୍କ ନିକଟରେ ଦାଖଲ କରିବାକୁ କହିଥିଲେ ।

ସମ୍ବନ୍ଧିତ ଖବର