ଶ୍ରୀମନ୍ଦିରରେ ପ୍ରଧାନ ବିଚାରପତି

ପୁରୀ : ଓଡ଼ିଶା ଗସ୍ତରେ ଆସିଥିବା ଭାରତର ସର୍ବୋଚ୍ଚ ନ୍ୟାୟଳୟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିିଶ୍ର ସପତ୍ନିକ ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ସିଂହଦ୍ଵାର ନିକଟରେ ଜଷ୍ଟିସ୍‌ ମିଶ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମହାପ୍ରଭୁଙ୍କ ଏକ ପଟ୍ଟଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜଷ୍ଟିସ ମିଶ୍ର ପତ୍ନୀ ସୁପ୍ରମା ମିଶ୍ରଙ୍କ ସହିତ ଗତ ୨ ତାରିଖରୁ ଓଡ଼ିଶା ଗସ୍ତରେ ଆସିଛନ୍ତି। ମନ୍ଦିର ଦର୍ଶନ ସାରି ଫେରିବା ବେଳେ ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କ ମଙ୍ଗଳକାମନା କରିଥିବା ଜଷ୍ଟିସ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର