ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ: ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦିଅନ୍ତୁ ଓଡ଼ିଶା ହାଇକୋର୍ଟ ଓକିଲ ସଂଘ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟ ଓକିଲ ସଂଘକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଓକିଲ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦିଅନ୍ତୁ। ଏଥିସହ ଅାଇନଜୀବୀଙ୍କ ଉପରେ ହୋଇଥିବା ଅାକ୍ରମଣ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚର ଅାଇଜିଙ୍କୁ ଦେବା ଲାଗି ପୁଲିସ ଡିଜିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅାଇଜି ସ୍ଥାନୀୟ ପୁଲିସ ଅଧୀକ୍ଷକଙ୍କ ସହାୟତାରେ ଘଟଣାର ତଦନ୍ତ କରିବେ ବୋଲି  ସୁପ୍ରିମକୋର୍ଟ କହିଛନ୍ତି। ଯେହେତୁ ସୁପ୍ରିମକୋର୍ଟ ତଦନ୍ତ ଲାଗି ଓଡ଼ିଶାର ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତେଣୁ ବିଭିନ୍ନ ଓକିଲ ସଂଘର ସଦସ୍ୟ ଆନ୍ଦୋଳନ ପ୍ରତ୍ୟାହାର କରିବା ଉଚିତ ବୋଲି ମୁଖ୍ୟବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ତିନି ଜଣିଅା ଖଣ୍ଡପୀଠ ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ଏହି ରାୟର ନକଲ  ଆନ୍ଦୋଳନ ସମସ୍ତ ଓକିଲ ସଂଘକୁ ପଠାଇ ଦେବାକୁ କହିଛନ୍ତି। 

ସୂଚନାଯୋଗ୍ୟ ଗତ ଅଗଷ୍ଟ ୨୮ରେ ଆଇଜନୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ କଟକର ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାରରେ ପୁଲିସ ମାଡ଼ ମାରିବା ଅଭିଯୋଗରେ ହାଇକୋର୍ଟ ଓକିଳ ସଂଘ ଅଗଷ୍ଟ ୨୯ରୁ ଆନ୍ଦୋଳନ ଜାରି ରଖିଛି। ଏହି ଆନ୍ଦୋଳନ ବ୍ୟାପକ ହେବା ପରେ ସେପ୍ଟେମ୍ବର ୧୮ରେ ରାଜ୍ୟସ୍ତରୀୟ ଆଇନଜୀବୀ ସମ୍ମଳନୀ ହୋଇଥଲା। ସମ୍ମିଳନୀରେ ରାଜ୍ୟର ୧୬୦ଟି ବାର ଆସୋସିଏସନର ପ୍ରତିନିଧି ଯୋଗଦେଇଥିଲେ। ନିଷ୍ପତ୍ତି ଥିଲା ଯେ, ଯେପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରା ନଯାଇଛି, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ସମ୍ବନ୍ଧିତ ଖବର