ଅସୁସ୍ଥତା ଖବରକୁ ଖଣ୍ଡନ କଲେ ରାଜ୍ୟପାଳ ଏସ ସି ଜମିର ; ହସ୍ପିଟାଲ୍ ଛାଡ଼ିଲେ

ଭୁବନେଶ୍ୱର : ନିଜର ଅସୁସ୍ଥତା ଖବରକୁ ଖଣ୍ଡନ କରିଛନ୍ତି ରାଜ୍ୟପାଳ ଏସସି ଜମିର । ସେ କହିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ହୃଦଘାତ ଯୋଗୁଁ ରାଜ୍ୟପାଳଙ୍କୁ ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବୋଲି ଖବର ପ୍ରଚାର ହୋଇଥିଲା । ହୃଦଘାତ ଖବରକୁ ଅପପ୍ରଚାର ବୋଲି କହିଛନ୍ତି ରାଜ୍ୟପାଳ । ହୃଦଘାତ ନୁହେଁ, ସାଧାରଣର ଚେକ୍ଅପ୍ ପାଇଁ ସେ ଡାକ୍ତରଖାନାକୁ ଆସିଥିବା ରାଜ୍ୟପାଳ କହିଛନ୍ତିା ଶୁକ୍ରବାର ପ୍ରାୟ ମଧ୍ୟାହ୍ଣ ୧୨ଟାରେ  ହସ୍ପିଟାଲ୍ ଛାଡ଼ିଛନ୍ତି ରାଜ୍ୟପାଳ ଜମିର୍।

ଗତକାଲି ରାଜ୍ୟପାଳ ଚିକିତ୍ସିତ ହେଉଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଥିଲା କି ରାଜ୍ୟପାଳ ଏସସି ଜମିର ରୁଟିନ୍ ଚେକଅପ୍ ଲାଗି ଆସିଥିଲେ ଓ ତାଙ୍କର ଇସିଜିରେ ସାମାନ୍ୟ ପରିବର୍ତନ ନଜରକୁ ଆସିଥିଲା। ଏହାକୁ ଆଖିରେ ରଖି ତାଙ୍କୁ ଅବଜରଭେସନରେ ରଖାଯାଇଛି।

ସେପଟେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲକୁ ଯାଇ ରାଜ୍ୟପାଳଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବୁଝିଛନ୍ତି । ରାଜ୍ୟପାଳ ସଂପୂର୍ଣ୍ଣ ସୁସ୍ଥ ଥିବା ଓ ସ୍ୱାଭାବିକ ଭାବେ କଥାବାର୍ତା କରୁଥିବା ସେ କହିଛନ୍ତି । ମୁଁ ତାଙ୍କ ଶତାୟୁ କାମନା କରୁଛି । ଭଗବାନ ତାଙ୍କୁ ଦୃଢ ଇଚ୍ଛାଶକ୍ତି ଦିଅନ୍ତୁ ବୋଲି ଧର୍ମେନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରଖାନାକୁ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ । ହସ୍ପିଟାଲରେ ଡାକ୍ତରଙ୍କ ସହ ଆଲୋଚନା କରି ରାଜ୍ୟପାଳଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଥିଲେ ।

ସମ୍ବନ୍ଧିତ ଖବର