ହୀରାପୁର ଚଉଷଠୀ ଯୋଗିନୀ ପୀଠରେ ସୁପିମକୋର୍ଟ ବିଚାରପତି

ବାଲିଅନ୍ତା: ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ସୁପ୍ରିମକୋର୍ଟ ବିଚାରପତି ଭୂଣେ ରାମକ୍ରିଷ୍ଣା ଗାଭାଇ ତାଙ୍କର ପତ୍ନୀ ଓ ପୁଅ ସହ ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ସ୍ଥିତ ପ୍ରସିଦ୍ଧ ଚଉଷଠୀ ଯୋଗିନୀ ପୀଠ ପରିଦର୍ଶନରେ ଆସି ପୂଜାର୍ଚ୍ଚନା କରିଥିଲେ । ସହିତ ଲୋକାୟୁକ୍ତ ଅଜିତ ସିଂହ , ୱାର୍କସ କମିସନର କିସନ କୁମାର, ଜିଲ୍ଲାପାଳ ସନତ କୁମାର ମହାନ୍ତି, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ ଓ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ପ୍ରମୁଖ ଥିଲେ ।

ଏହି ପରିପ୍ରେକ୍ଷୀରେ ବିଚାରପତି ଭୂଷଣ ରାମକ୍ରିଷ୍ଣା ଗାଭାଇ ପ୍ରଥମେ ମନ୍ଦିର ପରିସରରେ ପ୍ରବେଶ କରିବା ପରେ ପ୍ରଭୁ ସଙ୍କଟେଶ୍ବର ଓ ଗୋପୀନାଥ ଦେବଙ୍କୁ ଦର୍ଶନ କରିଥିଲେ । ଏହାପରେ ଶ୍ରୀ ଗାଭାଇ ମହାମାୟାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ  । ଧ୍ୟାନ ଯୋଗରେ ବସି ମହାମାୟାଙ୍କ ପୀଠ ଭିତରେ ଥିବା ସବୁ ଯୋଗିନୀଙ୍କ ପ୍ରତିମୂର୍ତ୍ତିକୁ ଗୋଟିଏ ପରେ ଗୋଟିଏ ବୁଲିକରି  ଦେଖିଥିଲେ । ପତ୍ନୀ ଓ ପୁଅଙ୍କ ସହ ଫଟୋ ବି ଉଠାଇଥିଲେ । ମନ୍ଦିର ଗହ୍ବରରେ ସ୍ଥାପିତ ପ୍ରତିମୂର୍ତ୍ତି ସମୂହର ଅଙ୍ଗଭଙ୍ଗୀ , କେଶ ବିନ୍ୟାଶ ଏବଂ ରୂପଚର୍ଯ୍ୟା ସଂପର୍କରେ ପୂଜକମାନଙ୍କୁ ପଚାରି ବୁଝିଥିଲେ । ପୀଠର ଚାରିକଡ଼ ମଧ୍ୟ ବୁଲି ଦେଖିଥିଲେ ।

ସମ୍ବନ୍ଧିତ ଖବର