ଅନୁସୂଚିତ ଜାତି ଜନଜାତି ନୃସଂଶତା ଆଇନ ସମ୍ପର୍କିତ ରାୟ: ଭାରତ ବନ୍ଦକୁ ସମର୍ଥନ

ଭୁବନେଶ୍ୱର : ଗତ ୨୦ ତାରିଖରେ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଅନୁଦସୂଚିତ ଜାତି ଜନଜାତି ନିବାରଣ ଆଇନକୁ କୋହଳ କରି ଦେଇଛନ୍ତି। ଅଭିଯୋଗ ପାଇବା ମାତ୍ରେ ମାମଲା ରୁଜୁ କରିବା, ତୁରନ୍ତ ଗିରଫ କରିବା ଓ ଅଭିଯୁକ୍ତକୁ ଆଗୁଆ ଜାମିନ୍‌ ନ ଦିଆଯିବା ନେଇ ଯେଉଁ ବ୍ୟବସ୍ଥା ଥିଲା ତାହାକୁ ଲାଗୁ ନ କରିବାକୁ ଆଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨ ତାରିଖରେ ଏସ୍‌ସି, ଏସ୍‌ଟି, ଓବିସି ଓ ମାଇନରିଟି ଜଏଣ୍ଟ ଆକ୍ସନ କମିଟି ହରତାଳ ଡାକରା ଦେଇଛି। ପୂର୍ବରୁ ଭୀମସେନା ଜାତୀୟସ୍ତରରେ ଦେଇଥିବା ବନ୍ଦ ଡାକରାକୁ କମିଟି ସମର୍ଥନ କରିଛି। ଏହି ଡାକରାକୁ ରାଜ୍ୟ କଂଗ୍ରେସ, ସିପିଆଇ, ସିପିଏମ୍‌, ସିପିଆଇ ଏମ୍‌ଏଲ, ସମାଜବାଦୀ ପାର୍ଟି, ରିପବ୍ଲିକାନ୍‌ ପାର୍ଟି ଅଫ ଇଣ୍ଡିଆ ଆଦି ଦଳ ସମର୍ଥନ କରିଥିବା କମିଟି ସୁଚନା ଦେଇଛି। ଖାରବେଳ ନଗରସସ୍ଥିତ ଓଡ଼ିଶା ସଚିବାଳୟ କର୍ମଚାରୀ ଭବନ ପରିସରରେ ଏକ ମିଳିତ ବୈଠକରେ କମିଟି ଆବାହକ ଅଭିରାମ ମଲ୍ଲିକ ସୂଚନା ଦେଇଛନ୍ତି। ଏହି ମିଳିତ ବୈଠକରେ କଂଗ୍ରେସର ହଳଧର ସେଠୀ, ବାଙ୍କନିଧି ବେହେରା, ସିପିଆଇର ନାରାୟଣ ରେଡ୍ଡୀ, ଭାରତୀୟ ମଜଦୁର ସଂଘର ସୁର ଜେନା, ସିପିଆଇ ଏମଏଲ ରେଜିଷ୍ଟାର ପକ୍ଷରୁ ଶିବରା, ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରମିଳା ବେହେରା, ସମାଜବାଦୀ ପାର୍ଟି ପକ୍ଷରୁ ରବି ବେହେରା, ଆରପିଆଇ ପକ୍ଷରୁ ଶେଖ ଅବଦୁଲ ଓ୍ଵାଲି, ନୟାଗଡ଼ ଆଦିବାସୀ ପରିଷଦ ପକ୍ଷରୁ ବିଶ୍ୱନାଥ ପ୍ରଧାନ, କଳାହାଣ୍ଡି ଯାଦବ ମହାସଂଘ ପକ୍ଷରୁ କୀର୍ତ୍ତନ ନାୟକ, ସ୍ତମ୍ଭକାର ତୁଷାରକାନ୍ତ, ଯୁବ କବି ଅମୀୟ ପାଣ୍ଡବ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ବିଦ୍ୟାଧର ବେହୁରା, ବହୁଜନ ଏକତା ପରିଷଦ ପକ୍ଷରୁ ସୁନାକର ବେହେରା, ଛାତ୍ର ଯୁବ ସାମ୍ମୁଖ୍ୟର ଅନିଲ ମଲ୍ଲିକ, ନରୋତ୍ତମ ମହାନ ପ୍ରମୁଖ ଏକାଠି ହୋଇ ଏହାକୁ ସଫଳ କରିବାକୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର