ନୂଆଦିଲ୍ଲୀ: କୁନ୍ଦୁଲି ନାବାଳିକା ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଶୁଣାଣି କରିବା ପାଇଁ ଆଜି ସର୍ବୋଚ୍ଚ ନ୍ୟାୟଳୟ ଏହାକୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରିଛନ୍ତି।
ସୂଚନାଯୋଗ୍ୟ ଯେ କୁନ୍ଦୁଳି ପିଡ଼ିତାଙ୍କ ଭାଇ ଭଗବାନ ଛତ୍ରୀ ସୁପ୍ରିମ କୋର୍ଟରେ ଗତ ୭ ତାରିଖ ଦିନ ମାମଳାର ସିବିଆଇ ତଦନ୍ତ ପାଇଁ ନିବେଦନ କରିଥିଲେ। ଏକ ରିଟ୍ ପିଟିସନ ଜରିଆରେ ସେ ସର୍ବୋଚ୍ଚ ଅଦାଲତରେ ନିବେଦନ କରିଥିଲେ ଯେ ପୁଲିସ ଉପରେ ତାଙ୍କର ବିଶ୍ୱାସ ନାହିଁ। ତେଣୁ ପ୍ରକୃତ ସତ୍ୟ ସାମନାକୁ ଆଣିବା ପାଇଁ ସିବିଆଇକୁ ତଦନ୍ତ ନିର୍ଦେଶ ଦେବାକୁ ସେ ପିଟିସନରେ ନିବେଦନ କରିଥିଲେ। କେବଳ ସେତିକି ନୁହେଁ, ପୀଡ଼ିତାଙ୍କ ବୟାନକୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ ଚକ୍ରାନ୍ତ କରିଥିବା ପୁଲିସ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ମାମଲାର ତଦନ୍ତ କରିବାକୁ ପୀଡ଼ିତାଙ୍କ ଭାଇ ନିବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ଉଦୟ ଉମେଶ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାକୁ ଓଡ଼ିିଶା ହାଇକୋର୍ଟକୁ ନିର୍ଦ୍ଦେଶ ଦେବା ସହିତ ମାମଲାରୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରିଛନ୍ତି।
ସୂଚନାଯୋଗ୍ୟ ଯେ କୁନ୍ଦୁଲି ମାମଲାର ସିବିଆଇ ତଦନ୍ତ ଦାବି କରି ଓଡ଼ିଶା ହାଇକୋର୍ଟରେ ୫ଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।
କୁନ୍ଦୁଲି ମାମଲାର ଶୁଣାଣି ପାଇଁ ଓଡ଼ିଶା ହାଇକୋର୍ଟକୁ ମାମଲା ସ୍ଥାନାନ୍ତର କଲେ ସୁପ୍ରିମ କୋର୍ଟ
/sambad/media/post_attachments/wp-content/uploads/2018/02/Supreme-Court_1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)