ବିଧାୟକ  ପ୍ରଭାତ ତ୍ରିପାଠୀଙ୍କ ଜାମିନ ବିରୋଧରେ ସିବିଆଇ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଚିଟ୍‌ ଫଣ୍ଡ ମାମଲାରେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଓଡ଼ିଶା ହାଇକୋର୍ଟ ଦେଇଥିବା ଜାମିନ୍‌  ରାୟକୁ କାଏମ ରଖିଛନ୍ତି ସୁପ୍ରିମ କୋର୍ଟ।  ଶ୍ରୀ ତ୍ରିପାଠୀଙ୍କୁ ଜାମିନ୍‌ ପ୍ରଦାନ କଲେ ସେ ତଦନ୍ତ ପ୍ରକିୟାକୁ ପ୍ରଭାବିତ କର ପାରନ୍ତି ବୋଲି ଦର୍ଶାଇ ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୋଧରେ ସିବିଆଇ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲା।  ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଏ କେ ସିକ୍ରି ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଘଟଣାରେ ସିବିଆଇ ଅଧିକ କିଛି ତଦନ୍ତ କରିଛି କି ବୋଲି ପ୍ରଶ୍ନ କରିଥିଲେ। ମାତ୍ର ତଦନ୍ତ ନେଇ ଆଉ ସିବିଆଇ କିଛି ଅଗ୍ରଗିତି କରି ନ ଥିବାରୁ ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ସିବିଆଇର ଯୁକ୍ତିକୁ ଗ୍ରହଣ କରି ନ ଥିଲେ ଓ ଶ୍ରୀ ତ୍ରିପାଠୀଙ୍କ ଜାମିନ ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ।। ଆଜିର ଏହି ଶୁଣାଣୀ ବେଳେ ବିଧାୟକ ଶ୍ରୀ ତ୍ରିପାଠୀ ସୁପ୍ରିମ କୋର୍ଟରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟେ ଯେ ୨୦୧୫ରେ ଚିଟ୍‌ ଫଣ୍ଡ ମାମଲାରେ ହାଇକୋର୍ଟ ଶ୍ରୀ ତ୍ରିପାଠୀଙ୍କୁ ଜାମିନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର