ଡିଜିଟାଲ ହେମୋଗ୍ଲୋବିନ୍‌ ମିଟର କିଣାରେ ହରିଲୁଟ୍‌

ଦାମ୍‌ ୩୬୦୦, କିଣିଲେ ୭୪୦୦ରେ, ସୂଚନା ଅଧିକାର ଆଇନରୁ ମିଳୁଛି ତଥ୍ୟ

ଅମ୍ବାଭୋନା : ଅମ୍ବାଭୋନା ବ୍ଲକ୍‌ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡିଜିଟାଲ ହେମୋଗ୍ଲୋବିନ୍ ମିଟର ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌ ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ୍‌ରୁ ପ୍ରାପ୍ତ ତଥ୍ୟ ଅନୁସାରେ କ୍ଷିତିପତି ଡନସନା ଏହି ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ହେଲା, ୨୦୨୧ ଆର୍ଥିକ ବର୍ଷ ପାଇଁ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୟୁନାଇଟେଡ୍‌ ଫଣ୍ତରୁ ଡିଜିଟାଲ ହେମୋଗ୍ଲୋବିନ୍ ମିଟର କିଣିବା ସକାଶେ ଗତବର୍ଷ ତ୍ରିସ୍‌ ଡାଇଗ୍ନୋଷ୍ଟିକ୍‌ ସଂସ୍ଥା ଏକ ପତ୍ର ମାଧ୍ୟମରେ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ହିତାକାଂକ୍ଷୀ ପ୍ରଧାନ ପାଖକୁ ପତ୍ର ଲେଖିଥିଲା। ପ୍ରତି ମିଟର୍‌ ୩୬୦୦ ଟଙ୍କାରେ ଉପଲବ୍ଧ ରହିବ ବୋଲି ଏଥିରେ ଉଲ୍ଲେଖ ଥିଲା। କିନ୍ତୁ ଉକ୍ତ ସଂସ୍ଥା ବଦଳରେ ଭୁବନେଶ୍ବରର ଆବୋମେନ ବାୟୋସିଷ୍ଟମ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିରୁ ଗୋଟିଏ ମିଟର୍‌କୁ ୭୪୦୦ ଟଙ୍କାରେ କିଣାଯାଇଛି। ୧୨ଟି ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ଚଢ଼ା ଦରରେ ଏହି ମିଟର୍‌ ଯୋଗାଇ ୪୨ ହଜାର ଟଙ୍କା ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଭୁକ୍ତା ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ଡା. ପ୍ରଧାନଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରି ନଥିଲା।

ସମ୍ବନ୍ଧିତ ଖବର