କୋରାପୁଟ: ଲକ୍ଷ୍ୟ ଥିଲା କିଶାନ କ୍ରେଡିଟ କାର୍ଡ ମାଧ୍ୟମରେ କୃଷକଙ୍କୁ ଠିକ ସମୟରେ ମିଳିବ ଋଣ ସୁବିଧା। ଫସଲ ଅମଳ ହେଉ, ଫସଲ ଚାଷ ବେଳେ ହେଉ ଅବା ବିକ୍ରିବଟାବେଳେ ଚାଷୀଟିଏ ଅର୍ଥର ଅଭାବ ହେଲେ ଲୋଡି ଥାଏ ସହାୟତା। ଏହି ସମୟରେ ଚାଷୀ ହାତଉଧାରୀ ନେଇଥାଏ। ପରେ ପରିଷୋଧ କରି ନ ପାରିଲେ ସମସ୍ୟା ଉପୁଜେ। ଏହାକୁ ରୋକିବାକୁ କେନ୍ଦ୍ର ସରକାର ପ୍ରଣୟନ କରିଥିଲେ କିଶାନ କ୍ରେଡିଟ କାର୍ଡ। ସମୟରେ ଚାଷୀଙ୍କ ଜମିକୁ ନେଇ ସେମାନଙ୍କ ଆକାଉଣ୍ଟକୁ ଏକ କ୍ରେଡିଟ ଅର୍ଥ ଆସିଥାଏ।। ଏହି ଅର୍ଥ ହୋଇଛି ବାଟମାରଣା। କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକରେହୋଇଛି ଏହି ବାଟମାରଣା। ଏନେଇ କୋରାପୁଟ ଜିଲ୍ଲାର ଚାଷୀ କୋରାପୁଟ ଟାଉନ ଥାନାର ଦ୍ବାର ହୋଇଥିବାବେଳେ କିପରି ଚାଷୀଙ୍କ ଆକାଉଣ୍ଟରୁ ଅର୍ଥକୁ ସେଲ୍ଫଉଥଡ୍ର ହୋଇଛି ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି କୋରାପୁଟ ଟାଉନ ପୁଲିସ।
ମିଳିଥିବା ସୂଚାନ ମୁତାବକ କୋରାପୁଟ ବ୍ଲକର ମହାଦେଇପୁଟର ବାସୁଦେବ ବାଘ, ଏକଟାଗୁଡାର କମଳ ଲୋଚନ ଖରା, ରୁକମଣୀ ଟାକିରି, ଟାଉପଦର ରାଜାମଣି ଟାକିରି, ଜୟରାମ ଖରା, ମୁକ୍ତା ଟାକିରି, ନୀଳକଣ୍ଠ ଟାକିରି ଓ ଲକ୍ଷ୍ମଣ ଟାକିରି ଗାଁରେ ଚାଷବାସ କରନ୍ତି। କିଶାନ କ୍ରେଡିଟ କାର୍ଡ ମାଧ୍ୟମରେ ଏହିମାନେ ନିଜ ନାମ ପଞ୍ଜିକରଣ କରିଥିଲେ। ସରକାରଙ୍କ ପକ୍ଷରୁ କୋରାପୁଟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଖାତା ଖୋଲାଯାଇଥିଲା। ଏହାପରେ ସେମାନଙ୍କୁ ସରକାର ୩୦ ହଜାରରୁ ଆରମ୍ଭ କରି ୬୦ ହଜାର ଯାଏ ଟଙ୍କା ଋଣ ଆକାରରେ ଦେଇଥିଲେ। କିନ୍ତୁ ଏହାକୁ ଉଠାଇବାକୁ ଯିବାବେଳେ ଏହା ଉଠାଯାଇଥିବା ଜଣାପଡିଛି।
ବାସୁଦେବ ବାଘଙ୍କ ଅକାଉଣ୍ଟରୁ ଏପ୍ରିଲ ୨୮ରେ ୭ହଜାର ଟଙ୍କା ସେଲଫ ଓଇଥଡ୍ର ହୋଇଥିବାବେଳେ ଏକଟାଗୁଡାର କମଳ ଲୋଚନ ଖରାଙ୍କ ଅକାଉଣ୍ଟରୁ ୨୧ ହଜାର(୧୯ ଫେବ୍ରୁଆରୀ), ରୁକମଣୀ ଟାକିରି ୨୬ ହଜାର ଟଙ୍କା(୨୧ ଜୁନ୍), ଟାଉପଦର ରାଜାମଣି ଟାକିରିଙ୍କ ଖାତାରୁ ୬୮୦୦ ଟଙ୍କା(୨୫ ଜୁନ୍), ଜୟରାମ ଖରାଙ୍କ ଖାତାରୁ ୧୯ ହଜାର ଟଙ୍କା(୧୮ ମାର୍ଚ୍ଚ), ମୁକ୍ତା ଟାକିରିଙ୍କ ଖାତାରୁ ୨୪ ହଜାର ଟଙ୍କା(୧୯ ମେ’) , ନୀଳକଣ୍ଠ ଟାକିରିଙ୍କ ଖାତାରୁ ୧୫୮୦୦(୭ ଜୁଲାଇ) ଓ ଲକ୍ଷ୍ମଣ ଟାକିରି ରେ ୭୦୦୦(ଅଗଷ୍ଟ ୭) ଟଙ୍କା ସେଲ୍ଫ ଉଇଥଡ୍ର ହୋଇଛି। ତେବେ ଏହି ଚାଷୀମାନେ କାଳିଆ ଟଙ୍କା ଆସିଥିବା ନେଇ ବ୍ୟାଙ୍କ ପାସବୁକ୍ ଯାଞ୍ଚ କରିଥିବାବେଳେ ଏହା ଜାଣିବାକୁ ପାଇଥିଲେ। ସେମାନେ ଟଙ୍କା ଉଠାଣ କରି ନ ଥିବାବେଳେ କିପରି ତାଭ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ ହେଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏନେଇ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏନେଇ ପାଟି ଖୋଲି ନ ଥିଲେ ବ୍ୟାଙ୍କର ମ୍ୟାନେଜର। ଏହାପରେ ଆଜି ଟାଉନଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଅଭିଯୋଗକୁଗ୍ରହଣ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/kpt-kisan-credit-card-durniti.jpg)