ବିହନ ନିଗମରେ ବି କେଳେଙ୍କାରୀ! ‘୫ଟି’କୁ ବଳି ଚଢ଼ାଇଲା ରାଜ୍ୟ କୃଷି ବିଭାଗ, ଟେଣ୍ଡରରୁ ବାଦ୍ ପଡ଼ିବା ସଂସ୍ଥା ପାଇଁ ବାବୁଙ୍କ ପ୍ରୀତି

ଭୁବନେଶ୍ବର : ଚାଷୀଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ‘କାଳିଆ’ ‌‌ଯୋଜନାରେ ହୋଇଥିବ‌ା ବଡ଼ ଧରଣର କେଳେଙ୍କାରୀ ସଂପର୍କରେ ଚର୍ଚ୍ଚା ଥମିନି। ଏହାକୁ କେନ୍ଦ୍ର କରି ପ୍ରଶାସନ ବିରୋଧରେ ଜନମତ ବଢିବାରେ ଲାଗିଛି। ଠିକ୍ ଏମିତି ସମୟରେ ଚାଷୀଙ୍କ ଭାଗ୍ୟ ସହ ପୁଣି ଖେଳ ଆରମ୍ଭ କରିଦେଇଛି କୃଷି ବିଭାଗ। ବିହନ ବିେଶାଧନ ଓ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟଗୁଡିକର ଆଧୁନିକୀକରଣ ନାଁରେ ଏକ ବଡ଼ ଧରଣର ଦୁର୍ନୀତି ପାଇଁ ଷଡ଼ଯନ୍ତ୍ର ଉଦ୍ୟମ ହୋଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ବିହନ ବିେଶାଧନ ଓ ପ୍ରକ୍ରିୟାକରଣ ପ୍ଲାଣ୍ଟର ଉନ୍ନତୀକରଣ ବାବଦରେ ଯନ୍ତ୍ରାଂଶ କିଣିବା ପାଇଁ େଯଉଁ ଇ-ଟେଣ୍ଡର କରାଯାଇଥିଲା, ସେଥିରେ ‘ସ୍ବଚ୍ଛତା’କୁ ବଳି ଚଢାଇ ଦିଆଯାଇଛି। େଯଉଁ ସଂସ୍ଥାକୁ ବାବୁମାନେ ଟେଣ୍ଡର ପ୍ରକ୍ରିୟାରୁ ବାଦ୍ େଦଇଥିଲେ, ତାଙ୍କୁ ପୁଣି ପ୍ଲାଣ୍ଟ୍ ଯନ୍ତ୍ରାଂଶ କିଣା ପ୍ରକ୍ରିୟାରେ ସାମିଲ ଲାଗି ମୂଲଚାଲ ପାଇଁ ଡାକିଛନ୍ତି। ଏଥିସହିତ ଏକକ ଟେଣ୍ଡର ପ୍ରକ୍ରିୟାର ସବୁ ବ୍ୟବସ୍ଥାକୁ ଏଡାଇ ଯାଇ ପ୍ଲାଣ୍ଟ ସ୍ଥାପନ ପ୍ରକ୍ରିୟାରେ ଏକାଧିକ ସଂସ୍ଥାକୁ ସାମିଲ ଲାଗି େଯାଜନା ଆରମ୍ଭ େହାଇଛି।

ମିଳିଥିବା ଖବର ଅନୁସାେର, ରାଜ୍ୟ ବିହନ ନିଗମ ରାଜ୍ୟର ୨୦ଟି ସ୍ଥାନରେ ୨୧ଟି ପ୍ଲାଣ୍ଟର ଆଧୁନିକୀକରଣ ବାବଦରେ ଅତିରିକ୍ତ ପ୍ରକଳ୍ପ ସ୍ଥାପନ ପାଇଁ ୬ େକାଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ। ଉେଦ୍ଦଶ୍ୟ ଥିଲା, ଚାଷୀଙ୍କୁ ଉନ୍ନତମାନର ବିହନ େଯାଗାଇ ଦେବା ପାଇଁ ବିହନ ବିେଶାଧନ ଓ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟଗୁଡିକର ଆଧୁନିକୀକରଣ କରାଯିବ। ନିଗମ ପକ୍ଷରୁ ମେ’ ୨୪ ତାରିଖରେ ଏଥିଲାଗି ଟେଣ୍ଡର ଆହ୍ବାନ କରାଯାଇଥିଲା। ଜୁଲାଇ ୧୮ ତାରିଖ ଦିନ େଟଣ୍ଡର କମିଟି େଟକ୍ନିକାଲ ବିଡ୍ ତର୍ଜମା କରିଥିଲେ। ଏଥିରେ େମସର୍ସ ଓଏସ୍ଏଡବ୍ଲୁ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ହରିୟାନା ଓ େମସର୍ସ ଓଏସ୍ଏଡବ୍ଲୁ ଇଣ୍ଡଷ୍ଟ୍ରିଆଲ୍ ପ୍ରଡକ୍ଟ ପ୍ରାଇଭେଟ୍ ଲିମିଟେଡ୍ େଯାଗ୍ୟ ବିେବଚିତ େହାଇଥିଲେ। ପରେ ସେହିମାସ ୩୧ ତାରିଖ ଦିନ କମିଟି ବସି ଫାଇନାନ୍ସିଆଲ୍ ବିଡ୍ ତର୍ଜମା କରିଥିଲେ। ଏଥିରେ ଓଏସ୍ଏଡବ୍ଲୁ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ପ୍ଲାଣ୍ଟ ପାଇଁ ପ୍ରତି ମେସିନ୍ ବାବଦରେ ୩୭ଲକ୍ଷ ୬୩ ହଜାର ୮୫୦ ଟଙ୍କା ମୂଲ୍ୟ ଦର୍ଶାଇଥିଲା। ଓଏସ୍ଏଡବ୍ଲୁ ଇଣ୍ଡଷ୍ଟ୍ରିଆଲ୍ ପ୍ରଡକ୍ଟ ପ୍ରାଇଭେଟ୍ ଲିମିଟେଡ୍ ୪୪ଲକ୍ଷ ୩୬ ହଜାର ୮୬୪ ଟଙ୍କା ମୂଲ୍ୟରେ ପ୍ରତି ପ୍ଲାଣ୍ଟ ପାଇଁ ଅତିରିକ୍ତ େମସିନ୍ େଯାଗାଣ କରିବେ ବୋଲି ଉଲ୍ଲେଖ କରିଥିଲେ। କମିଟି ସବୁ ଯାଞ୍ଚ କରିବା ପରେ ସର୍ବସମ୍ମତି କ୍ରମେ େମସର୍ସ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଟେଣ୍ଡର ଗ୍ରହଣ କରାଯାଇଥିବା ସ୍ଥିର କରିଥିଲେ ଓ ଅନ୍ୟ ସଂସ୍ଥାର େଟଣ୍ଡର ବାତିଲ୍ େହାଇଥିଲା। ଅଗଷ୍ଟ ୬ ତାରିଖ ଦିନ (ଚିଠି ନମ୍ବର ୩୮୫୫)ରେ ନିଗମର ପରିଚାଳନା ନିର୍ଦେଶକ ଏ ସଂକ୍ରାନ୍ତରେ ସଂପୃକ୍ତ ସଂସ୍ଥାକୁ ଚିଠି ଲେଖି ମୂଲଚାଲ ପାଇଁ ଅଗଷ୍ଟ ୧୭ ତାରିଖକୁ ଡାକିଥିଲେ। ସଂପୃକ୍ତ ସଂସ୍ଥା େଟଣ୍ଡର ମୂଲ୍ୟ ଠାରୁ ଆଉ ୨% ଅର୍ଥ କମାଇବାକୁ ପରିଚାଳନା ନିର୍ଦେଶକଙ୍କୁ ସମ୍ମତି ଜଣାଇଥିଲେ। ପରେ ପୁଣି ଆଉ ୦.୫% ଦର କମାଇବାକୁ ରାଜି େହାଇଥିଲେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, େଯଉଁ ସଂସ୍ଥାକୁ ଫାଇନାନ୍ସିଆଲ୍ ବିଡରେ ବାଦ୍ ଦିଆଯାଇଥିଲା, ତାଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ େହାଇଛି। ଏହା ଏକକ େଟଣ୍ଡର େହାଇଥିଲେ େହଁ, ବାବୁମାନେ ଭାଗ ଭାଗ କରି େଗାଟିଏ ମେସିନ୍ ଅଲଗା ଅଲଗା ଯନ୍ତ୍ରାଂଶ ପୃଥକ୍ ପୃଥକ୍ କଂପାନିଠାରୁ କିଣିବା ଲାଗି ନିଜ ସ୍ତରରେ ନିଷ୍ପତ୍ତି େନଇଯାଇଛନ୍ତି। ଏ ସଂକ୍ରାନ୍ତରେ େଟଣ୍ଡର ପୂର୍ବରୁ କୌଣସି ନିଷ୍ପତ୍ତି େହାଇନାହିଁ। ଅଥଚ େସପ୍ଟେମ୍ବର ୧୦ ତାରିଖ ଦିନ ନିଗମର ପରିଚାଳନା ନିର୍ଦେଶକ ପୁଣି ଥରେ ଏକ ଚିଠି େଲଖି ବାଦ୍ ପଡିଥିବା ସଂସ୍ଥାକୁ ଡାକିଥିଲେ। ଏଥିରେ ତାଙ୍କୁ ୧୯ ତାରିଖରେ ହାଜର େହାଇ ଦରରେ ମୂଲଚାଲ କରିବା ଲାଗି କୁହାଯାଇଥିଲା। କେଉଁ ପରିସ୍ଥିତିରେ ବାଦ୍ ପଡିଥିବା ସଂସ୍ଥାକୁ ଡକାଗଲା, ତାହା ଏବେ ବଡ଼ ଧରଣର ତଦନ୍ତକୁ ଅପେକ୍ଷା କରୁଛି।

କିନ୍ତୁ କୌତୂହଳର କଥା େହଲା, ଓଡ଼ିଶା ରାଜ୍ୟ ବିହନ ନିଗମର ଏଭଳି ଷଡ଼ଯନ୍ତ୍ର ସଂପର୍କରେ ସମସ୍ତେ ଜାଣିଛନ୍ତି। ତଥାପି କି ଅଦୃଶ୍ୟ ଶକ୍ତି ବା ଚାପ କାମ କରୁଛି େଯ ସମସ୍ତେ େମାଡ଼ି େହାଇଯାଇଛନ୍ତି, ତାହା ବୁଝାପଡୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ ପାଣ୍ଡିଆନ୍ ୫ଟି ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଯେବେଠାରୁ ସେ ଏ ଦାୟିତ୍ବ ନେଇଛନ୍ତି ଓ ନିଜ ଆଭିମୁଖ୍ୟ ଜଣାଇଛନ୍ତି, ସେବେଠାରୁ ପ୍ରତି ବିଭାଗରେ ସ୍ବଚ୍ଛତା ପାଇଁ ତନାଘନା ଚାଲିଛି। ଏଥିରୁ କୃଷି ବିଭାଗ ବାଦ୍ ପଡିନାହିଁ। ଏପରିସ୍ଥଳେ ଚାଷୀଙ୍କ ସ୍ବାର୍ଥ ସପକ୍ଷରେ ଗର୍ଜନ କରୁଥିବା ରାଜ୍ୟ ସରକାର ଇ-ଟେଣ୍ଡରରେ ବି ସ୍ବଚ୍ଛତା ରକ୍ଷା ନ କରି ପାରିବା, ଭାତ ହାଣ୍ଡିରୁ େଗାଟିଏ ଚିପିଲା ଭଳି କଥା। ଯଦି ଚାଷୀଙ୍କ େକ୍ଷତ୍ରରେ ସରକାରୀ ଆଭିମୁଖ୍ୟ ଏୟା, ତେବେ ଅନ୍ୟ ବିଭାଗ କଥା ଅନୁସନ୍ଧାନ ସାପେକ୍ଷ।

ସମ୍ବନ୍ଧିତ ଖବର