ଯାଜପୁର : ଯାଜପୁର ଜିଲ୍ଲାରେ ଅଫଲାଇନ୍ ଟେଣ୍ଡରରେ ମରାମତି ନାମରେ ବ୍ୟାପକ ଅର୍ଥ ହେର୍ଫେର୍ ଚାଲିଛି । ଜାରକା ଡିଭିଜନ୍ ଅଧୀନ ଚଣ୍ଡିଖୋଲ ଉପଖଣ୍ଡରେ ୫ ନମ୍ବର ଜାତୀୟ ରାଜପଥ ଠାରୁ ବାଙ୍ଗରଗୁଣ୍ଠା ରାସ୍ତା ମରାମତି ନାମରେ ଗତ ୪ ବର୍ଷରେ ୯୦ ଲକ୍ଷ ୨୧ ହଜାର ୭୩୯ ଟଙ୍କା ବ୍ୟୟ କରାଯାଇଛି। ଚଣ୍ଡିଖୋଲ ସବ୍ଡିଭିଜନ ଅଧୀନ ଏହି ରାସ୍ତାରେ ୪ ବର୍ଷରେ ୧୦ ଟି ଗୁପ୍ତ ଟେଣ୍ଡର ସହିତ ୨ଟି ଖୋଲା ଟେଣ୍ଡର କରାଯାଇଛି। ସେହିପରି ଦର୍ପଣ ତହସିଲ ଅଫିସ ନୂତନ ଗୃହ ନିର୍ମାଣ କାର୍ଯ୍ୟ ୨୦୧୮ ମସିହାରେ ଶେଷ ହୋଇଥିବା ବେଳେ ମରାମତି ନାମରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।
ଗୁପ୍ତ ଟେଣ୍ଡର କାରବାର କେବଳ ରାସ୍ତା ମରାମତିରେ ସୀମିତ ନାହିଁ। ନୂଆ ତହସିଲ ବିଲିଡିଂରେ ମଧ୍ୟ କାଗଜପତ୍ରରେ ମରାମତି ବାବଦରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଦର୍ଶାଯାଇଛି। ଦର୍ପଣ ତହସିଲ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୮୪ ଲକ୍ଷ ୭୪ ହଜାର ଟଙ୍କା ବ୍ୟୟ କରାଯାଇଛି। ୨୦୧୮ ମସିହାର ଶେଷ ବେଳକୁ କାମ ସଂପୂର୍ଣ୍ଣ କରାଯାଇଛି। ଅଥଚ ୨୦୧୯-୨୦ ଆର୍ଥିକ ବର୍ଷରେ ମରାମତି ନାମରେ ୪ ଲକ୍ଷ ୪୨ ହଜାର ୫୩୭ ଟଙ୍କା ଓ ୨୦୨୦-୨୧ ରେ ୪ ଲକ୍ଷ ୪୨ ହଜାର ୬୧୩ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଯାହାକି ତଦନ୍ତ ସାପେକ୍ଷ। କେବଳ ଚଣ୍ଡିଖୋଲ ସବଡିଭିଜନରେ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ହେର୍ଫେର୍ କରାଯାଇଛି ବୋଲି ଅଭିଯୋଗ ହୋଇଛି। ସେହି ଭଳି ଜାରକା ଡିଭିଜନ୍ ଓ ଯାଜପୁର ଡିଭିଜନରେ କେତେ କେଳେଙ୍କାରୀ ହୋଇଥିବା ତାହା ତଦନ୍ତ କଲେ ଲୋକଲୋଚନକୁ ଆସିପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/rrrrr.jpg)