ଗଣଶିକ୍ଷା ବିଭାଗରେ ପରିସଂଖ୍ୟାନରେ ଜାଲିଆତି : ସରକାର ଶ୍ବେତପତ୍ର ଜାରି କରନ୍ତୁ -କଂଗ୍ରେସ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ପରିସଂଖ୍ୟାନରେ ବ୍ୟାପକ ଜାଲିଆତି ହୋଇଛି। ରାଜ୍ୟରେ ପ୍ରାୟ ୧୨୫୦ଟି ବିଦ୍ୟାଳୟରେ ୧୦ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ନାହିଁ। ସେ ପଟେ ଏସବୁ ବିଦ୍ୟାଳୟର ୫୦୦ ଶିକ୍ଷକ ଦରମା ନେଉଛନ୍ତି ଏବଂ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ନାମରେ ମଧ୍ୟାହ୍ନ ଭୋଜନ, ସ୍କୁଲ ୟୁନିଫର୍ମ ଇତ୍ୟାଦି ଯୋଜନା‌େର ଅର୍ଥହଡ଼ପ ହେଉଛି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ଆଜି ଏ ନେଇ ପ୍ରଦେଶ କ˚ଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ମନୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଛନ୍ତି। ବାସ୍ତବରେ ରାଜ୍ୟରେ କେତେ ବିଦ୍ୟାଳୟରେ କେତେ ଛାତ୍ରଛାତ୍ରୀ ଅଛନ୍ତି ଏବ˚ ସେମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କେତେ ଅର୍ଥ ଖର୍ଚ୍ଚ ହେଉଛି ଆଦି ନେଇ ତୁରନ୍ତ ଏକ ଶ୍ବେତପତ୍ର ପ୍ରକାଶ କରିବାକୁ କ˚ଗ୍ରେସ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି। ସରକାରଙ୍କ ପକ୍ଷରୁ ଯଦି ଏକମାସ ଭିତରେ ଶ୍ବେତ ପତ୍ର ପ୍ରକାଶ ନକରାଯାଏ, ତେବେ କ˚ଗ୍ରେସ ଦଳ ନିଜସ୍ବ ଏକ ଶ୍ବେତ ପତ୍ର ପ୍ରକାଶ କରିବ। ଏହା ସହିତ ରାଜ୍ୟରେ ବ୍ୟାପକ ଶିକ୍ଷା ସୁରକ୍ଷା ଆନ୍ଦୋଳନ ଗଢି ତୋଳିବ।

ସମ୍ବନ୍ଧିତ ଖବର