କରୋନା ପାଇଁ ଲୋକସେବା ଭବନର ପ୍ରବେଶ ପଥରେ ସ୍କ୍ରିନିଂ ବ୍ୟବସ୍ଥା, ସ୍କ୍ରିନିଂ କରି ପ୍ରବେଶ କରୁଛନ୍ତି କର୍ମଚାରୀ, ପଦାଧିକାରୀ ଓ ନେତା

ବାହାର ଲୋକଙ୍କ ପାଇଁ ଲାଗିଛି କଟକଣା

ଭୁବନେଶ୍ବର: କରୋନା ନେଇ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ଲୋକସେବା ଭବନକୁ ଯେଉଁ କର୍ମଚାରୀମାନେ ଯାଉଛନ୍ତି, ସେମାନଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସ୍କ୍ରିନିଂ କରାଯାଉଛି। କର୍ମଚାରୀ ଯେଭଳି ସୁରକ୍ଷିତ ରହିବେ ତା ଉପରେ ଦୃଷ୍ଟି ମଧ୍ୟ ଦିଆଯାଉଛି।

କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ମଧ୍ୟ କଟକଣା ଜାରି ହୋଇଥିଲା। ସାଧାରଣ ଲୋକଙ୍କୁ ଲୋକସେବା ଭବନକୁ ଯିବାକୁ ବାରଣ କରାଯିବା ସହ କେବଳ କର୍ମଚାରୀମାନେ ହିଁ ଲୋକସେବା ଭବନକୁ ଯାଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଭିଜିଟର ପାସକୁ ବି ବାତିଲ କରାଯାଇଛି।

ଅନ୍ୟପଟେ, ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା ମଧ୍ୟ ଜାରି କରାଯାଇଛି। କୌଣସି ବ୍ୟକ୍ତିକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ମିଳିବ ୧୪ଦିନର ଛୁଟି। ୧୪ଦିନ ପାଇଁ ହୋମ ଆଇସୋଲେସନରେ ରହିବେ କର୍ମଚାରୀ। ସରକାର କରୋନା ମୁକାବିଲା ପାଇଁ ସର୍ବଦା ସତର୍କ ରହିବା ସହ ପ୍ରତିଦିନ ‌ବୈଠକ ଆୟୋଜିତ ହେଉଛି। ସମସ୍ତ ସରକାରୀ ଅଫିସ ଶୌଚାଳୟରେ ହ୍ୟାଣ୍ଡୱାସ ଓ ଲିକ୍ୱିଇଡ୍ ରଖିବା ସହ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟକ୍ତିଗତ ସ୍ବଚ୍ଛତା ସହ ପ୍ରବେଶ ପଥରେ ସାନିଟାଇଜ୍‌ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ସମସ୍ତ ବିଭାଗ ସଚେତନ ହେବା ସହ ଅନ୍ୟ ସମସ୍ତଙ୍କୁ ସଚେତନ କରାଇବେ। ଏନେଇ ଗତକାଲି ସୂଚନା ଦେଇଥିଲେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା।

ସମ୍ବନ୍ଧିତ ଖବର