ରାଜ୍ୟ ବଜେଟ : ଏସସିବିକୁ “ଏମ୍ସ ପ୍ଲସ” କରିବା ପାଇଁ ୫୦୦କୋଟିର ବ୍ୟୟବରାଦ, ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ପାଇଁ ୯୧୬୪ କୋଟି
ଭୁବନେଶ୍ବର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଜିର ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିଲାଗି ବଜେଟରେ ବ୍ୟବସ୍ଥା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏସସିବିକୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନେର ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ବର୍ଷ ମଧ୍ୟରେ ୩ ହଜାର ୫ ଶହ କୋଟି ଟଙ୍କା ବ୍ୟୟରେ ଏସସିବିକୁ ଏକ ୫ହଜାର ଶଯ୍ୟାବିଶିଷ୍ଟ ଚିକିତ୍ସାଳୟରେ ପରିବର୍ତ୍ତିତ କରିବା ପାଇଁ ଏକ ବୃହତ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଦେଶର ସବର୍ବୃହତ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ହେବ। ଏଥିପାଇଁ ୨୦୨୧-୨୨ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖାଯାଇଛି।
ଏହା ସହ ସାବର୍ଜନୀନ ଭାବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ ୯ ହଜାର ୧ ଶହ ୬୪ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏ ମଧ୍ୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧ହଜାର ୩ ଶହ ୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ” ଅଧିନରେ ସ୍ଵାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଇଦେବା ପାଇଁ ୧ ହଜାର ୫ ଶହ ୭୨କୋଟି ଟଙ୍କାର ବ୍ୟୟବରାଦ କରାଯିବା ସହ ଜାତୀୟ ସ୍ଵାସ୍ଥ୍ୟ ମିଶନ” ଅଧିନରେ ୧ ହଜାର ୭ ଶହ ୫୫କୋଟି ଟଙ୍କା ଏବଂ “ନିମର୍ଳ” ଯୋଜନା ଅଧିନରେ ୩ ଶହ ୭୦କୋଟି ଟଙ୍କା ବ୍ୟୟବରାଦ।