ଏସ୍‌ସିବିରୁ କ୍ଲୋରିନ୍‌ ଗ୍ୟାସ ନିର୍ଗତ: ଗ୍ୟାସ ଲିକ୍‌ ବନ୍ଦ କରିବାକୁ ଯାଇ ୩ଅଗ୍ନିଶମ କର୍ମଚାରୀ ସମେତ ୪୬ଜଣ ଅସୁସ୍ଥ

କଟକ: କଟକ ଏସ୍‌ସିବି ପରିସର ଜନସ୍ୱାସ୍ଥ୍ୟ ବିଭାଗ ପମ୍ପ ଘରୁ ବୁଧବାର କ୍ଲୋରିନ୍‌ ଗ୍ୟାସ ନିର୍ଗତ ହୋଇଥିଲା। ଏହି ଗ୍ୟାସ ଲିକ୍‌ ଖବର ପ୍ରଘଟ ହେବା ପରେ ରୋଗି ଓ ମେଡିକାଲ ପରିସରରେ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଥିଲେ। ଏହି ଗ୍ୟାସ ଲିକ୍‌କୁ ବନ୍ଦ କରିବାକୁ ଯାଇଥିବା ୩ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ସମେତ ୪୬ଜଣ ଅସୁସ୍ଥ ଘଟଣାସ୍ଥଳରେ ହୋଇପଡ଼ିଥିଲେ। ଏମାନଙ୍କ ମଧ୍ୟରେ ୯ଜଣ ଡାକ୍ତରି ଛାତ୍ର ଓ ମେଡିକାଲର ପ୍ରାଶସନିକ ଅଧିକକାରୀ ବି ଅସୁସ୍ଥ ହୋଇପଡ଼ିଛନ୍ତି। ତୁରନ୍ତ ସମସ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର