ଅଧଘଣ୍ଟାରେ ବାହାରିବ କରୋନା ରିପୋର୍ଟ, କିଟ୍‌କୁ ଅପେକ୍ଷା କରିଛି ଏସ୍‌ସିବି

କଟକ : ଆପଣ କରୋନାରେ ଆକ୍ରାନ୍ତ କି? ଅଧଘଣ୍ଟାରେ ପାଇଯିବେ ରିପୋର୍ଟ। ଏଭଳି ବ୍ୟବସ୍ଥା ଏସ୍‌ସିବିରେ ଆରମ୍ଭ କରିବା ପାଇଁ ଅନୁମତି ଦେଇଛି ଆଇସିଏମ୍‌ଆର୍‌। ଯାହାକୁ ଆଣ୍ଟିବଡି ପରୀକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି।

କରୋନା ପରୀକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ଏଭଳି ପରୀକ୍ଷା କିଛି ରାଜ୍ୟ ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରକୁ ଆଣ୍ଟିବଡି ପରୀକ୍ଷା ପାଇଁ ୧ଲକ୍ଷ କିଟ୍‌ ଯୋଗଣ ପାଇଁ ଲେଖିଛନ୍ତି। ହେଲେ, ଏହି ପରୀକ୍ଷା କେବେ ଠାରୁ ଆରମ୍ଭ ହେବ ସେ ନେଇ ରାଜ୍ୟ ସରକାରଙ୍କ କିଟ୍‌ ଯୋଗାଣ ବ୍ୟବସ୍ଥା ଉପରେ ନିର୍ଭର କରୁଛି। ଏହି ପରୀକ୍ଷା ବ୍ୟବସ୍ଥାରେ ରକ୍ତ ବୁନ୍ଦା ଏହି କିଟ୍‌ରେ ପକାଇ ଦେଲେ ଅଧଘଣ୍ଟା ଭିତରେ କରୋନା ରିପୋର୍ଟ ବାହାରିଯିବ। ଏବେ ଯେଉଁ ସ୍ବାବ୍‌ ପରୀକ୍ଷା ଚାଲିଛି ତାହା ସମୟ ସାପେକ୍ଷ ହେବା ସହ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ସ୍ବାବ୍‌ ପରୀକ୍ଷା କରାଯାଉଛି। କିନ୍ତୁ ଏହି ପରୀକ୍ଷା ବ୍ୟବସ୍ଥାରେ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହେବ। ବର୍ତ୍ତମାନ ଏସ୍‌ସିବିରେ ଦୁଇଟି ପର୍ଯ୍ୟାୟରେ ୭୨ଟି ନମୁନା ପରୀକ୍ଷା ହୋଇପାରୁଛି। କିନ୍ତୁ ଏହି ପରୀକ୍ଷା କରାଗଲେ, ଏହାର ସଂଖ୍ୟା ବଢିବ ଓ ଚିହ୍ନଟ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହେବ ବୋଲି ଏସ୍‌ସିବିର ବରିଷ୍ଠ ବିଶେଷଜ୍ଞ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର