ସର୍ବାଧିକ କରୋନା ପରୀକ୍ଷା ପାଇଁ ଏସ୍‌ସିବିକୁ ପ୍ରଶ˚ସା

କଟକ :ଏସ୍‌ସିବି ଡାକ୍ତରଖାନାରେ ଶୁକ୍ରବାର ସର୍ବାଧିକ କରୋନା ପରୀକ୍ଷା ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଠାକାର ଡାକ୍ତରମାନଙ୍କୁ ପ୍ରଶ˚ସା କରାଯାଇଛି। ଶୁକ୍ରବାର ଏଠାରେ ମୋଟ ୧୦୪୦ ନମୁନା ପରୀକ୍ଷା କରାଯାଇଥିଲା। ଏଥିପାଇଁ ସାମାଜିକ ଗଣମାଧ୍ୟମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ନିରୂପମା ଚୟନୀ, ଡାକ୍ତର ରୋମା ରତନ, ଡାକ୍ତର ଧରିତ୍ରୀ ମହାପାତ୍ରଙ୍କ ସହ କୋଭିଡ୍‌ ପରୀକ୍ଷା ଟିମ୍‌କୁ ପ୍ରଶ˚ସା କରାଯାଇଛି। ଏସ୍‌ସିବି ବ୍ୟତୀତ ଶୁକ୍ରବାର ଆଇଏଲଏସରେ ୯୪୬, ଆରଏମଏସରେ ୯୪୩, ଏମକେସିଜିରେ ୧୦୭, ଏମ୍ସରେ ୧୧୩, ଭୀମସାରରେ ୩, ଆଇଜିଏଚରେ ୧୧୪, ଆପୋଲୋରେ ୩୨ କରୋନା ସ୍ବାବ ପରୀକ୍ଷା ଲାଗି ଅଣାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର