ଭିଡିଓ କନ୍‌ଫରେନ୍ସିଂରେ ପଲ୍‌ମ୍ୟୁନାରି ମେଡିସିନ୍‌ ଭିତ୍ତିଭୂମି ଦେଖିଲା ଏମ୍‌ସିଆଇ ଟିମ୍‌

କଟକ : ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ ହୋଇଥିବାବେଳେ କରୋନା ପାଇଁ ଏଥର ଆସିଲେନି ଏମ୍‌ସିଆଇ ଟିମ୍‌। ହେଲେ ଟିମ୍‌ ପକ୍ଷରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି ଭୂତ୍ତିଭୂମି ଯାଞ୍ଚ କରାଯାଇଛି। ଅନୁଷ୍ଠାନରେ କେଉଁସବୁ ଭିତ୍ତିଭୂମି ରହିବା କଥା ସେଥିରୁ କଣ ସବୁ ଅଛି ଓ କଣ ନାହିଁ, ସେସବୁ ତଥ୍ୟ ଭିଡିଓ କଲିଂରେ ପରଖିଲା ଟିମ୍‌। ହେଲେ ଏକ୍ସ‌ଟର୍ନାଲ ଭାବେ ରାଜ୍ୟ ଭିତରୁ ଦୁଇଜଣ; ଜଣେ ବ୍ରହ୍ମପୁର ଓ ଅନ୍ୟଜଣେ ଏମ୍‌ସ-ଭୁବନେଶ୍ବରରୁ ଆସିଥିଲେ। ପଲମ୍ୟୁନାରି ମେଡିସିନ୍‌ ବିଭାଗରେ ୫ଟି ପିଜି ସିଟ୍‌ ଥିବାବେଳେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଏମ୍‌.ଆର ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍‌ସିଆଇ ଟିମ୍‌ ଭିଡିଓ କନ୍‌ଫରେନ୍ସିଂରେ ବିଭାଗର ସ୍ଥିତି ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ଏସ୍‌ସିବିର ୮ଟି ବିଭାଗରେ ପିଜି ସିଟ୍ ସଂଖ୍ୟା ନେଇ ଏମ୍‌ସିଆଇ ଟିମ୍‌ ଅନୁଧ୍ୟାନ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର