କଟକ : ପାଦ ରଖିବାକୁ ବି ଜାଗା ନାହିଁ। ୱାର୍ଡ ଭିତର ହେଉ କି ବାରଣ୍ଡା, ସବୁଠି ତଳେ ଗଡ଼ୁଛନ୍ତି ରୋଗୀ। କାହା ହାତରେ ସାଲାଇନ୍ ଲାଗିଛି ତ କାହାର ଅକ୍ସିଜେନ୍। କାହା ପାଇଁ ଆଇସିୟୁର ବି ଆବଶ୍ୟକତା ଅଛି। କିନ୍ତୁ ଚଟାଣରେ ସପ ଅଥବା ବେଡସିଟ୍ ପାରି ପଡ଼ି ରହିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟର ସର୍ବବୃହତ ସରକାରୀ ମେଡିକାଲ ଏସ୍ସିବିର ପୁରୁଣା ମେଡିସିନ୍ ବିଭାଗର ଏଭଳି ଦୃଶ୍ୟ ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉଦ୍ବେଗଜନକ ସ୍ଥିତି ବୟାନ କରୁଛି। ମେଡିସିନ୍ ବିଭାଗରେ ୮ଟି ୟୁନିଟ୍ ରହିଥିବା ବେଳେ ୧୨ ଶହ ବେଡ୍ ଦରକାର। କିନ୍ତୁ ରହିଛି ମାତ୍ର ୪୦୦।
ଅନ୍ୟପଟେ କେବଳ ବେଡ୍ ସମସ୍ୟା ନୁହେଁ, ବିଭାଗରେ ଡାକ୍ତର ବି ନାହାନ୍ତି। ୪୫ ଜଣ ଡାକ୍ତର ରହିବା ସ୍ଥାନରେ ଅଛନ୍ତି ମାତ୍ର ୨୨ ଜଣ। ବିଶ୍ବସ୍ତରୀୟ ଏସ୍ସିବି ପାଇଁ ୨୦୨୪ ସୁଦ୍ଧା କୋଠା ନିର୍ମାଣ ଶେଷ କରିବାକୁ ସରକାର ଯୋଜନା କରୁଥିବା ବେଳେ ଏ ସ୍ଥିତି ସୁଧାରିବାକୁ କେତେ ବର୍ଷ ନେବେ, ତାହା ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/scb-m.jpg)