କଟକ: ଏସ୍ସିବିରେ ଏଣିକି ଅଧୀକ୍ଷକଙ୍କ ସହ ରହିବେ ଦୁଇଜଣ ଅତିରିକ୍ତ ଅଧୀକ୍ଷକ। ଏଭଳି ନିଷ୍ପତ୍ତି ପ୍ରଥମଥର ପାଇଁ ଏସ୍ସିବିରେ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ବଡଡାକ୍ତରଖାନା ପାଇଁ ଅତିରିକ୍ତ ଅଧୀକ୍ଷକ ଭାବେ ପ୍ଲାଷ୍ଟିକ୍ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ସର୍ଜରି ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଛି। ଆଜି ଚିଠି ପାଇବା ପରେ ଦୁଇ ଅତିରିକ୍ତ ଅଧୀକ୍ଷକ ଦାୟିତ୍ବ ଗ୍ରହଣ ମଧ୍ୟ କରିଛନ୍ତି। ସେମାନେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଏହି ଦାୟିତ୍ବ ତୁଲାଇବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟଭାବେ ସୂଚିତ କରାଯାଇଛି। କଟକ ବଡଡାକ୍ତରଖାନାରେ ଦିନକୁ ଦିନ ରୋଗୀ ସଂଖ୍ୟାଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବଢିଚାଲିଛି। ଫଳରେ ସବୁ କାର୍ଯ୍ୟ କିପରି ଶୃଙ୍ଖଳିତ ଭାବେ ହେବ ଓ ଅଧିକାରୀ ସ୍ତରରେ ଚାପ ହ୍ରାସ ପାଇବ ସେଥିପାଇଁ ୪ଜଣ ଅଧୀକ୍ଷକ ନିଯୁକ୍ତ କରିବାକୁ ସରକାରୀ ସ୍ତରରେ ପ୍ରସ୍ତାବ ରହିଥିଲା। ଏହାକୁ ଆଧାର କରି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦୁଇଜଣ ଅତିରିକ୍ତ ଅଧୀକ୍ଷକଙ୍କୁ ନିଯୁକ୍ତ କରିଛନ୍ତି। ଅନ୍ୟପଟେ ଏସ୍ସିବିରେ ମଧ୍ୟ ଏଣିକି ୨ଜଣ ଷ୍ଟୋର ମେଡିକାଲ ଅଫିସର ରହିବା ପାଇଁ ମଧ୍ୟ ଯୋଜନା ରହିଛି। ଖୁବ୍ଶୀଘ୍ର ଅନ୍ୟ ଜଣେ ଅଧିକାରୀଙ୍କୁ ଏହି ବିଭାଗର ଦାୟିତ୍ବ ଦିଆଯିବ ବୋଲି ଜଣାପଡିଛି।
ଏସ୍ସିବିରେ ଦାୟିତ୍ବ ନେଲେ ୨ ଅତିରିକ୍ତ ଅଧୀକ୍ଷକ
/sambad/media/post_attachments/wp-content/uploads/2019/10/SCB_medical_college__hospital_entrance_gate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)