ସ୍ୟାଟ୍‌ରେ ଜବାବ ରଖୁନାହାନ୍ତି ଏସ୍‌ସିବି କତ୍ତୃର୍ପକ୍ଷ : ଅଧାରେ ଲଟକିଛି ୧୮୧ ଆଟେଣ୍ତାଣ୍ଟ ନିଯୁକ୍ତି ପ୍ରକ୍ରିୟା

କଟକ : ଏସ୍‌ସିବି ମେଡିକାଲ୍‌ କତ୍ତୃର୍ପକ୍ଷଙ୍କ ଅବହେଳା ଓ ଖାମଖିଆଲ୍‌ ମନୋଭାବ ପାଇଁ ଏବେ ୧୮୧ ଆଟେଣ୍ତାଣ୍ଟ ପଦବି ନିଯୁକ୍ତି ପ୍ରକ୍ରିୟା ଅଧାରେ ଲଟକି ରହିଛି। ସ୍ୟାଟ୍‌ରେ ଏସ˚ପର୍କିତ ଏକ ମାମଲା ବିଚାରାଧିନ ଥିଲାବେଳେ ଉକ୍ତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିଯୁକ୍ତି ଫଳାଫଳ ନିର୍ଭର କରୁଛି। ମାମଲାର ଶୁଣାଣି ବେଳେ ଗତ ଅକ୍ଟୋବର ମାସରେ ୪ସପ୍ତାହ ମଧ୍ୟରେ ଜବାବ ରଖିବାକୁ ମେଡିକାଲ୍‌ କତ୍ତୃର୍ପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ୮ମାସ ବିତି ଯାଇଥିଲେ ବି କତ୍ତୃର୍ପକ୍ଷ ଏସ˚ପର୍କରେ ଜବାବ୍ ରଖୁନାହାନ୍ତି। ତେଣୁ ବିଜ୍ଞପ୍ତି ବାହାରିବାର ଦୁଇବର୍ଷ ପରେ ମଧ୍ୟ ପଦବି ପୂରଣ ହେବା ନେଇ ଅନିଶ୍ଚିତତା ଲାଗିରହିଛି।

ଦୀର୍ଘଦିନର ଦାବି ପରେ ବଡ଼ ମେଡିକାଲ୍‌ରେ ଆଟେଣ୍ତାଣ୍ଟ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୬ ଡିସେମ୍ବର ୧୯ ତାରିଖରେ ମେଡିକାଲ୍‌ କତ୍ତୃର୍ପକ୍ଷଙ୍କ ଦ୍ବାରା ଗ୍ରୁପ୍‌ ସି’ର ଲ୍ୟାବ ଟେକ୍ନିସିଆନ୍‌ ଓ ଗ୍ରୁପ୍‌ ଡି’ର ଆଟେଣ୍ତାଣ୍ଟ ପାଇଁ ବିଜ୍ଞପ୍ତି (ନ˚ ୩୧୫-ଇ) ପ୍ରକାଶ କରିଥିଲେ। ଠିକା ଭାବେ ଦର୍ଶାଯାଇଥିବା ଆଟେଣ୍ତାଣ୍ଟ ପଦବିରେ ଏସ୍‌ଟିଙ୍କ ପାଇଁ ୧୦୨, ଏସ୍‌ସି ୩୪ ଓ ଏସ୍‌ଇବିସିଙ୍କ ପାଇଁ ୪୫ ସିଟ୍‌ ଧାର୍ଯ୍ୟ ହୋଇଥିଲା। ୭ମ ଶ୍ରେଣୀ ପାସ୍‌ ଶିକ୍ଷାଗତ ଯୋଗ୍ୟତାକୁ ମାନଦଣ୍ତ ଭାବେ ଧରାଯାଇଥିଲା। ୧୮୧ ପଦବି ପାଇଁ ୨୮୪୩ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ଆବେଦନକାରୀଙ୍କ ତାଲିକା ଚଳିତ ବର୍ଷ ଅଗଷ୍ଟ ୭ ତାରିଖରେ ପ୍ରକାଶ କରାଯାଇଥିଲା। ପୂର୍ବରୁ ମେଡିକାଲ୍‌ରେ ଠିକା ସ˚ସ୍ଥା ଅଧିନରେ କାର୍ଯ୍ୟ କରିଆସୁଥିବା କିଛି କର୍ମଚାରୀମାନେ ଏହି ବିଜ୍ଞପ୍ତି ଜରିଆରେ ଆବେଦନ କରିଥିଲେ। ଯେହେତୁ ସେମାନେ ପାଖାପାଖି ୬ବର୍ଷ ପର୍ଯ୍ୟନ୍ତ ଠିକା ଭାବେ ମେଡିକାଲ୍‌ରେ କାର୍ଯ୍ୟ କରିଆସୁଛନ୍ତି, ତେଣୁ ଚୟନ ପ୍ରକ୍ରିୟାରେ ସେମାନଙ୍କ ନାମକୁ ଅଗ୍ରାଧିକାର ଦେବାକୁ ଉକ୍ତ ଆବେଦନକାରୀମାନେ କତ୍ତୃର୍ପକ୍ଷଙ୍କ ନିକଟରେ ଦାବି କରିଥିଲେ। ହେଲେ କତ୍ତୃର୍ପକ୍ଷ ଏଥିରେ ଅମଙ୍ଗ ହେବାରୁ ଜଣେ ପ୍ରାର୍ଥୀ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ୍‌ (ସ୍ୟାଟ୍‌)ଙ୍କ ଦ୍ବାରସ୍ଥ (ଓଏ ୨୬୪୫(ସି)/୨୦୧୮)ହୋଇଥିଲେ। ସେସମୟରେ ଆଇନ୍‌ଜୀବୀମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଆବେଦନକାରୀ ବ୍ୟକ୍ତିଗତ ଭାବେ ସ୍ୟାଟ୍‌ଙ୍କ ଆଗରେ ନିଜ ପକ୍ଷ ରଖିଥିଲେ। ଆବେଦନକାରୀଙ୍କ ପକ୍ଷକୁ ଶୁଣିବା ପରେ ଠିକା ଆଟେଣ୍ତାଣ୍ଟ ନିଯୁକ୍ତି ପ୍ରକ୍ରିୟାକୁ ଅନ୍ତରୀଣ ରହିତାଦେଶ ଦେଇଥିଲେ। ମାମଲାର ଫଳାଫଳ ଉପରେ ଏହି ନିଯୁକ୍ତି ପ୍ରସ˚ଗର ଭବିଷ୍ୟତ ନିର୍ଭର କରିବ ବୋଲି ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା। ଆବେଦନକାରୀଙ୍କ ଚୟନ ବାବଦରେ ଏସ୍‌ସିବି କତ୍ତୃର୍ପକ୍ଷଙ୍କୁ ଜବାବ ରଖିବା ପାଇଁ ଗତ ଅକ୍ଟୋବର ୧୦ ତାରିଖରେ ସ୍ୟାଟ୍‌ ୪ସପ୍ତାହ ସମୟ ଦେଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ମେଡିକାଲ୍‌ କତ୍ତୃର୍ପକ୍ଷ ଏହାଉପରେ କୌଣସି ଜବାବ ରଖିନାହାନ୍ତି।

କତ୍ତୃର୍ପକ୍ଷଙ୍କ ଏଭଳି ଖାମଖିଆଲ ନୀତି ପାଇଁ ଏବେ ସବୁ ଆଶାୟୀଙ୍କ ଭାଗ୍ୟ ଏବେ ଝୁଲନ୍ତା ଅବସ୍ଥାରେ ରହିଛି। ସ୍ୟାଟ୍‌ରେ ଜବାବ ଦାଖଲ କରିବାକୁ ଏସ୍‌ସିବି କତ୍ତୃର୍ପକ୍ଷ ଗୁରୁତ୍ବ ଦେଉନଥିବାରୁ ପଦବି ପୂରଣ ହେବା ନେଇ ଆଶଙ୍କା ରହିଛି। ସ୍ୟାଟଙ୍କ ନିର୍ଦ୍ଦେଶ ସ˚କ୍ରାନ୍ତରେ ମେଡିକାଲ୍‌ କର୍ମଚାରୀ ସ˚ଘ ମଧ୍ୟ ଅବଗତ ନଥିବାରୁ ବାରମ୍ବାର ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଦାବି ଉପସ୍ଥାପନ କରୁଛନ୍ତି। ହେଲେ ସବୁବେଳେ କେବଳ ଆଶ୍ବାସନା ଦେଇ ସେମାନଙ୍କୁ ଫେରାଇ ଦିଆଯାଉଛି। ତେଣୁ ଆଟେଣ୍ତାଣ୍ଟ ପଦବି ପୂରଣ ପାଇଁ କର୍ତୃପକ୍ଷଙ୍କ ଆଗ୍ରହ ନଥିବା ଏଥିରୁ ମନେ ହେଉଛି। ଏସ˚କ୍ରାନ୍ତରେ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କିଛି ଜାଣିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର