କମ୍ପ୍ୟୁଟରୀକୃତ ହେବ ଏସ୍‌ସିବି କରୋନା ଓପିଡି

କଟକ : ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ଓପିଡି ହେବ କମ୍ପୁଟରୀକୃତ। ଏଠାକୁ ଆସୁଥିବା ସମସ୍ତ ରୋଗୀଙ୍କ ତଥ୍ୟ‌ ରଖାଯିବ। ପ୍ରତ୍ୟେକ ଦିନ ଆସୁଥିବା ରୋଗୀଙ୍କ ସଂଖ୍ୟା, ସେମାନଙ୍କ ଠିକଣା ସମ୍ପର୍କିତ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଯିବ। ଅନ୍ୟପଟେ ଏସ୍‌ସିବି କରୋନା ଓପିଡି କେଉଁ ସ୍ଥାନରେ ରହିଛି, ତାକୁ ନେଇ ଆସୁଥିବା ‌ଲୋକମାନେ ଦ୍ବନ୍ଦ୍ବରେ ପଡୁଛନ୍ତି। ସୂଚନାଫଳକକୁ ବ୍ୟବସ୍ଥିତ କରିବା ତଥା ଓପିଡିକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସ୍କ୍ରନିଂ କରିବା ପାଇଁ ପ୍ରବେଶ ପଥରେ ଆଜିଠାରୁ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିପାଇଁ ଆଜିଠାରୁ ୨ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, କରୋନା ଓପିଡିକୁ ପ୍ରତ୍ୟେହ ପାଖାପାଖି ଶହେ ସନ୍ଦିଗ୍ଧ ଡାକ୍ତରଙ୍କ ପରାମର୍ଶ ପାଇଁ ଆସୁଥିବାବେଳେ ବିଭିନ୍ନ ବିଭାଗରୁ ମଧ୍ୟ ରୋଗୀ ରେଫର୍‌ ହୋଇ କରୋନା ଓପିଡିକୁ ଆସୁଛନ୍ତି। ସେଠାରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଉଛି। ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଲେ ପୁଣି ସେମାନଙ୍କୁ ସେମାନେ ଚିକିତ୍ସା ହେଉଥିବା ପୂର୍ବ ବିଭାଗକୁ ରେଫର କରାଯାଉଛି। ଉଲ୍ଲେଖ୍ୟ, ଏସ୍‌ସିବି ବହିଃବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ସେହି ସ୍ଥାନରେ ସ୍ବତନ୍ତ୍ର କରୋନା ଓପିଡି ଖୋଲାଯାଇଛି। ଆଜି ଗୋଟିଏ ଦିନରେ ୧୨ଜଣଙ୍କୁ ଓପିଡିରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର