କଟକ : ଏସ୍ସିବି ମେଡିକାଲ୍ ପିଜି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧିରେଧିରେ ବ୍ୟାପକ ହେବାରେ ଲାଗିଛି। ଏହି ଆନ୍ଦୋଳନରେ ଏବେ ସିନିଅର୍ ରେସିଡେଣ୍ଟ (ଏସ୍ଆର୍) ଡାକ୍ତରମାନେ ସାମିଲ ହୋଇଛନ୍ତି। ପିଜି ଡାକ୍ତରଙ୍କ ଆନ୍ଦୋଳନ ଚାଲିବା ପରେ କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ଏସ୍ଆର୍ ଡାକ୍ତରଙ୍କ ଉପରେ ଦ୍ୱିଗୁଣା ଚାପ ପଡ଼ୁଛି। ଏନେଇ ବାରମ୍ବାର ବିଭାଗୀୟ ମୁଖ୍ୟଙ୍କୁ ଏବଂ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ବି କିଛି ସମାଧାନର ବାଟ ବାହାରୁନାହିଁ। ତେଣୁ ଏସ୍ଆର୍ ଡାକ୍ତରମାନେ ଆଜି ଦିନ ୯ଟାରୁ ପିଜି ଡାକ୍ତରଙ୍କ ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ଡାକ୍ତର ମିଲନ ମିଶ୍ର କହିଛନ୍ତି।
ସେହିପରି ପୂର୍ବରୁ ଏହି ଆନ୍ଦୋଳନକୁ କଳାବ୍ୟାଜ ପିନ୍ଧି ସମର୍ଥନ କରିଆସୁଥିବା ହାଉସ ସର୍ଜନ ସଂଘ ରବିବାରଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏସଂକ୍ରାନ୍ତରେ ଅଧୀକ୍ଷକଙ୍କୁ ସଂଘ ପକ୍ଷରୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି। କନିଷ୍ଠ ଡାକ୍ତରଙ୍କ ବିରୋଧରେ ଅତ୍ୟାଚାର କରିଥିବା ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ପ୍ରସନ୍ନଜୀତ ପଟ୍ଟନାୟକ ଜଣାଇଛନ୍ତି।
ଅନ୍ୟପକ୍ଷରେ ଆନ୍ଦୋଳନରତ ଡାକ୍ତରଙ୍କ ଦ୍ୱାରା ଆଜି ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏକ ଶୋଭାଯାତ୍ରାରେ ସମସ୍ତ ଆନ୍ଦୋଳନରତ ଡାକ୍ତରମାନେ ସାମିଲ ହେବା ସହ ମେଡିକାଲ୍ ପରିକ୍ରମା କରିଥିଲେ। ପରେ ସୁପରସ୍ପେଶାଲ ବିଭାଗ ସମ୍ମୁଖରେ ଡାକ୍ତର ହୋତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/scb-medical-re-profesharnka-kusa-putalika-daha-7.jpg)