କଟକ ବଡ଼ ଡାକ୍ତରଖାନାରୁ ପୁଣି ୨ଜଣ ଡାକ୍ତର, ଜଣେ ଷ୍ଟାଫ ନର୍ସ କରୋନା ସଂକ୍ରମିତ

କଟକ: କଟକ ଜିଲ୍ଲାରେ ପୁଣି ଗୋଟିଏ ଦିନରେ ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ଶହ ଟପିଛି। ସେଥିରୁ କଟକ ସହରରୁ ୬୮ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି।
ଅନ୍ୟପଟେ କଟକ ବଡ ଡାକ୍ତରଖାନାରୁ ପୁଣି ୨ଜଣ ଡାକ୍ତର, ଜଣେ ଷ୍ଟାଫ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ଭିତରୁ ଚର୍ମ ରୋଗ ଡାକ୍ତର ଥିବା ବେଳେ ଅନ୍ୟଜଣକ ଏମବିବିଏସ୍ ଶେଷ ବର୍ଷ ଡାକ୍ତରୀ ଛାତ୍ର ବୋଲି ଜଣାଯାଇଛି।

ସେହିପରି କଟକ ସହରର ମାଲଗୋଦାମ ଜାଲୁଆସାହିରୁ ୨୪ଜଣ,ସୂତାହାଟ ଓ ହରିପୁରରୁ ୯ଜଣ ଲେଖାଏଁ, ନିମ ସାହି ଓ କାଠଗଡ଼ା ସାହିରୁ ୨ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବାଦାମବାଡ଼ି, ମାଛୁଆ ବଜାର, ଶିଖରପୁର, ବକ୍ସିବଜା ର, ମଙ୍ଗଳବାଗ, ଜଗତପୁର, ଇମାମପଡ଼ା, ଶ୍ରୀବିହାର କଲୋନି,ଖଟବିନ ସାହି, ଦେବୋତ୍ତର କଲୋନି, ସିଡ଼ିଏ ସେକ୍ଟର- ୭ ଓ ସେକ୍ଟର-୯ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକ ଜିଲ୍ଲାର ଗ୍ରାମାଞ୍ଚଳରୁ ଯେଉଁ ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ବାଙ୍କୀରୁ ୬, ତିଗିରିଆରୁ ୨, କଣ୍ଟାପଡ଼ା, ଡମପଡ଼ା ଓ ସାଲେପୁରରୁ ଜଣେ ଲେଖାଏଁ ଥିବା ଜଣାଯାଇଛି।
ଅନ୍ୟପଟେ କଟକ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୩୨୮୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସହରରୁ ଆଜିସୁଦ୍ଧା ୧୭୮୯ଜଣ ସଂକ୍ରମିତ ଚିହ୍ନଟ ହେଲେଣି।

ସମ୍ବନ୍ଧିତ ଖବର