କଟକ: କଟକର ବଡ ଡ଼ାକ୍ତରଖାନାରେ ହେବ କୋଭିଡ୍ ହସ୍ପିଟାଲ। ଏଥିପାଇଁ ଅତିରିକ୍ତ ଡିଏମ୍ଇଟି ପ୍ରଫେସର ଡାକ୍ତର ଉମାକାନ୍ତ ଶତପଥୀଙ୍କ ଅଧ୍ୟକ୍ଷତାରେ କୋଭିଡ୍ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଘୋଷଣା ପୂର୍ବରୁ ଏସ୍ସିବିରେ ଆଜି ସିଏମ୍ସି କମିଶନର ଅନନ୍ୟା ଦାସ, ବିଶେଷଜ୍ଞ ଓ ବୈଷୟିକ୍ ଟିମ୍ ସ୍ଥିତି ସମୀକ୍ଷା କରିବେ।
ପ୍ରାରମ୍ଭିକ ସ୍ଥିତିରେ ୨୫୦ ବେଡ୍-ଆଇସିୟୁ ପାଇଁ ପ୍ରସ୍ତୁତି ହୋଇଥିଲେ ବି ରାଜ୍ୟ ସରକାର ଏସ୍ସିବିରେ ୫ଶହ ଶଯ୍ୟା ଓ ଶହେ ବେଡ୍ ବିଶିଷ୍ଟ ଆଇସିୟୁ ପାଇଁ ଯୋଜନା ରଖିଥିବା ଜଣାପଡ଼ିଛି। ଏସସିବିରେ ବର୍ତ୍ତମାନ ରହିଥିବା ଆଇସୋଲେସନ ୱାର୍ଡକୁ ମିଶାଇ ଏହି ୫ଶହ ବେଡର ଯୋଜନା କରାଯାଇଛି।
ଏସ୍ସିବି ନ୍ୟୁ ମେଡିସିନ୍ କୋଠାରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବାକୁ ଯୋଜନା ରହିଛି। ଯେଉଁଠି ୨ଶହ ଶଯ୍ୟା, ୩୯ଟି ଆଇସିୟୁର ବ୍ୟବସ୍ଥା ରହିବ। ଯେହେତୁ ଉକ୍ତ ମେଡିସିନ୍ ବିଭାଗ କୋଠାରେ ପୂର୍ବରୁ ୧୪ଟି ଆଇସିୟୁ ରହିଛି ତେଣୁ ୨୫ଟି ଆଇସିୟୁ ନିର୍ମାଣ କରାଯିବ, ଯାହାର ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମିତ ପ୍ରସୂତିମାନଙ୍କ ପାଇଁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ପ୍ରଥମ ମହଲାରେ ସ୍ବତନ୍ତ୍ର ଲେବର ରୁମ୍, ୩୦ଟି ବେଡ୍, ୧୦ଟି ଲେବର ଟେବୁଲ, ୨ଟି ଓଟି ଟେବୁଲର ବ୍ୟବସ୍ଥା କରାଯିବ। ଏହାର ସ୍ବତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ରହିବ।
ଏସ୍ସିବି ନ୍ୟୁ ମେଡିସିନ୍ ବିଭାଗ କୋଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଟ୍ରମା ଯୁନିଟ୍କୁ ସ୍ଥାନାନ୍ତର କରାଯିବ। ସେଠାରେ ୧୪ଟି ଆଇସିୟୁର ବ୍ୟବସ୍ଥା ରହିଛି। ତେଣୁ ସେହି ଆଇସିୟୁରେ ମେଡିସିନ୍ ବିଭାଗର ରୋଗୀ ରହିବେ। ତା’ସହିତ ଟ୍ରମା ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ସେଣ୍ଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ। ମେଡିସିନ୍ ବିଭାଗ ସମ୍ମୁଖରେ ଥିବା ସେଡ୍ ଓ ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ସମ୍ମୁଖରେ ଥିବା ସେଡ୍ରେ ନ୍ୟୁ ମେଡିସିନ୍ ବିଭାଗର ରୋଗୀଙ୍କୁ ସ୍ଥାନାନ୍ତର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/scb-scbmch.nic_.in_.jpg)