ଅସ୍ଥିମଜ୍ଜା ପ୍ରତିରୋପଣରେ ଏସ୍‌ସିବିର ଜାତୀୟ ରେକର୍ଡ

ପୂର୍ବତନ ବିଧାୟକ ଜାକବ୍ ଓରାମଙ୍କ ଶରୀରରେ ହେଲା ୧୦୦ତମ ପ୍ରତିରୋପଣ

କଟକ : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏସ୍‌ସିବି ମେଡିକାଲ୍‌ କଲେଜ ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛି। ହେମାଟୋଲୋଜି ବିଭାଗ ପକ୍ଷରୁ ବୁଧବାର ୧୦୦ତମ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହ କରାଯାଇଛି। ଭାରତରେ କୌଣସି ସରକାରୀ ମେଡିକାଲ୍‌ କଲେଜରେ ଏହା ପ୍ରଥମ ଘଟଣା ଏବଂ ପୂର୍ବ ଭାରତରେ ଟାଟା ମେଡିକାଲ୍‌ ସେଣ୍ଟର ପଛକୁ ଦ୍ବିତୀୟ ସର୍ବାଧିକ ପ୍ରତିରୋପଣ କରାଯାଇଥିବା କୁହାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରତିରୋପଣ ସ˚ପୂର୍ଣ୍ଣ ଭାବେ ମାଗଣାରେ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତନ ବିଧାୟକ ଜାକବ ଓରାମଙ୍କ ଶରୀରରେ ଏହି ୧୦୦ତମ ପ୍ରତିରୋପଣ କରାଯାଇଛି। ସେ ରକ୍ତକର୍କଟ ରୋଗରେ ପୀଡ଼ିତ ହେବାପରେ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ଗତ ୧୫ ତାରିଖରେ ସେ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଏଥିପୂର୍ବରୁ ଏକ ଘରୋଇ ହସ୍‌ପିଟାଲ୍‌ରେ ୨୦୨୧, ମେ ୨୧ ତାରିଖରେ ସର୍ଜରି କରିବାପରେ ଚଳିତ ବର୍ଷ ଫେବ୍ରୁଆରି ୧୦ ତାରିଖ ମଧ୍ୟରେ ୯ ଥର କେମୋଥେରାପି ନେଇଥିଲେ। ପରେ ତାଙ୍କୁ ଏସ୍‌ସିବିକୁ ପଠାଯାଇଥିଲା। ଅସ୍ଥିମଜ୍ଜା ପ୍ରତିରୋପଣର ସମସ୍ତ ପ୍ରକ୍ରିୟା ୨୫ ତାରିଖଠୁ ଆରମ୍ଭ ହେବା ପରେ ୨୯ ତାରିଖରେ ହାଇ ଡୋଜ୍‌ କେମୋଥେରାପି ଦିଆଯାଇଥିଲା ଓ ୩୦ ତାରିଖରେ ଷ୍ଟେମ୍‌ ସେଲ ସ˚ଗ୍ରହ କରାଯାଇ ପ୍ରତିରୋପଣ କରାଯାଇଥିଲା। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ସେ ଚିକିତ୍ସା ଭିତରେ ରହିବେ। ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ହୋଇଥିବା ଏହି ପ୍ରତିରୋପଣରେ ଡାକ୍ତର ଏସ୍‌.ସେଠୀ, ଡାକ୍ତର ଆର‌୍‌.କେ. ନାୟକ, ଡାକ୍ତର ଏମ୍‌.ଏମ୍‌. ବିଶ୍ବାଳ, ଡାକ୍ତର ଡି.ଜେ. ପୃଷ୍ଟି, ନର୍ସି˚ କର୍ମଚାରୀ ସ୍ନେହଲତା ମଙ୍ଗରାଜ, ଅନ୍ନପୂର୍ଣ୍ଣା ସାମଲ, ର˚ଜିତା ଜେନା, ମନ୍ଦାକିନୀ ବେହେରା, ଲାବ୍‌ ଟେକ୍ନିସିଆନ୍‌ ଆର‌୍‌.ଏନ୍‌. ସାହୁ, ଦେବୀପ୍ରସାଦ ଜେନା, ରଶ୍ମୀର˚ଜନ ଭୋଇ, ସ˚ଗ୍ରାମ ବାରିକଙ୍କ ସହିତ ପ୍ରଫେସର ଡାକ୍ତର ସ୍ମିତା ମହାପାତ୍ର, ପ୍ରଫେସର ଡାକ୍ତର ଏମ୍‌.ଆର‌୍‌. ପଟ୍ଟନାୟକ, ପ୍ରଫେସର ଡାକ୍ତର ସତ୍ୟ ରାଉତରାୟ, ଡାକ୍ତର ଶରତ କୁମାର ପରିଡ଼ା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର