ବଲାଙ୍ଗୀର: ବଲାଙ୍ଗୀର ସହରରେ ଡିକି ଲୁଟେରା ମାତିଛନ୍ତି। ଲୁଟେରାମାନଙ୍କର ଟେର୍ ବି ପାଇ ପାରୁନାହିଁ ଆଦର୍ଶ ଥାନା ପୁଲିସ।

Advertisment

ସୋମବାର ସହରର ମଧ୍ୟ ଭାଗରେ ଜନଗହଳି ସ୍ଥାନ ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ଯୁବ ବ୍ୟବସାୟୀ ଅରୁଣ ବେହେରାଙ୍କ ଏକ ସ୍କୁଟି ଡିକିରୁ ୪ ଲକ୍ଷ ୫୦  ହଜାର ଟଙ୍କା ଦୁର୍ବୃତ୍ତମାନେ ନେଇ ଫେରାର୍ ମାରିଛନ୍ତି। ଶ୍ରୀ ବେହେରା ବଲାଙ୍ଗୀର ଆଦର୍ଶ ଥାନାକୁ ଯାଇ ଏତଲା ଦେଇଥିବା ଜଣାପଡ଼ିଛି।