ରୋଗରେ ପୀଡ଼ିତ ଆଜୀବନ କଏଦୀଙ୍କୁ ଅନୁକମ୍ପା : ଖଲାସ୍‌ର ଦୁଇ ମାସ ପୂର୍ବରୁ ନିଜ ଅଞ୍ଚଳ ଜେଲକୁ ହେବେ ସ୍ଥାନାନ୍ତର

କଟକ : ନିଜ ଜିଲ୍ଲା ବାହାର ଜେଲ୍‌ରେ ଥିବା ଦୁରାରୋଗରେ ପୀଡ଼ିତ ଆଜୀବନ କଏଦୀଙ୍କୁ ଅନୁକମ୍ପା ଦେଖାଇଛି ଜେଲ୍‌ ବିଭାଗ। ସମ୍ପୃକ୍ତ କଏଦୀ ଜେଲ୍‌ରୁ ଖଲାସ ହେବାର ଦୁଇ ମାସ ପୂର୍ବରୁ ନିଜ ଜିଲ୍ଲାରେ ଥିବା ଜେଲ୍‌ କିମ୍ବା ଜିଲ୍ଲା ନିକଟସ୍ଥ ଜେଲ୍‌କୁ ସେମାନଙ୍କୁ ସ୍ଥାନାନ୍ତର କରାଯିବ। ଏ ସ˚କ୍ରାନ୍ତରେ ନିର୍ଦ୍ଦେଶନାମା ରାଜ୍ୟର ମୋଟ ୮୭ଟି ଜେଲ୍‌କୁ ଜାରି କରାଯାଇଛି। ଏଭଳି ନିଷ୍ପତ୍ତି ଦ୍ବାରା ସେହି କଏଦୀଙ୍କୁ ଘର ଲୋକେ ପରୋକ୍ଷରେ ଦେଖାଶୁଣା ସହିତ ଘରୋଇ ଖାଦ୍ୟ ଯୋଗାଇପାରିବେ।

ରାଜ୍ୟ ଜେଲ୍‌ ବିଭାଗ ଅଧିନରେ ଥିବା ୫ଟି ସର୍କଲ୍‌ରେ ୧୮ ହଜାର କଏଦୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ ଆଜୀବନ ବନ୍ଦୀଙ୍କ ସ˚ଖ୍ୟା ୩ ହଜାର ୩୮୧ରୁ ଅଧିକ ଛୁଇଁଲାଣି। ସେମାନଙ୍କ ମଧ୍ୟରୁ ଅନେକ ଆଜୀବନ ବନ୍ଦୀ କ୍ୟାନସର‌୍‌, କୁଷ୍ଠ ଏବ˚ ହୃଦ୍‌ରୋଗ୍‌ରେ ଆକ୍ରାନ୍ତ। ଏଭଳି ଦୁରାରୋଗ୍ୟରେ ଆକ୍ରାନ୍ତ ଶତାଧିକ କଏଦୀ ନିଜ ଜିଲ୍ଲା ବାହାରେ ଅପରାଧ ଘଟାଇଥିବାରୁ ସେହି ଅଞ୍ଚଳରେ ଥିବା ଜେଲ୍‌ରେ ଆଜୀବନ ବନ୍ଦୀ ଭାବେ ସଜା କାଟୁଛନ୍ତି। ସେମାନଙ୍କ ସହିତ ପରିବାର ଲୋକେ ନିୟମିତ ଯୋଗାଯୋଗ ରଖିପାରୁନଥିବା ବେଳେ ଘରୋଇ ଖାଦ୍ୟ ମଧ୍ୟ ପହଞ୍ଚାଇବା ସମ୍ଭବପର ହୋଇପାରୁ ନାହିଁ। ନିର୍ଦ୍ଦିଷ୍ଟ ଭାବେ ୮୭ଟି ଜେଲ୍‌ରେ କେତେ ସ˚ଖ୍ୟାରେ ଏଭଳି ରୋଗରେ ପୀଡ଼ିତ କଏଦୀ ଅଛନ୍ତି, ସେମାନଙ୍କର ଏକ ତାଲିକା ଜେଲ୍‌ ବିଭାଗ ପ୍ରସ୍ତୁତ କରିଛି। ସେମାନଙ୍କ ସଜା ପୂରଣ ହେବାର ଦୁଇ ମାସ ପୂର୍ବରୁ ସେମାନଙ୍କୁ ନିଜ ଅଞ୍ଚଳରେ ଥିବା ଜେଲ୍‌କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସମ୍ପୃକ୍ତ କଏଦୀଙ୍କ ସ୍ବାସ୍ଥ୍ୟ ସ˚କ୍ରାନ୍ତ ଏକ ରିପୋର୍ଟ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ। କଏଦୀଙ୍କୁ ନିଜ ଜିଲ୍ଲା ଜେଲ୍‌କୁ ସ୍ଥାନାନ୍ତର କରାଯିବା ପୂର୍ବରୁ ଏ ସ˚କ୍ରାନ୍ତରେ ଜିଲ୍ଲା ଏସ୍‌ପିଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯିବ।

ସମ୍ବନ୍ଧିତ ଖବର