ରାଜ୍ୟରେ ହାତୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଗଜବନ୍ଧୁ ଯୋଜନା’ 

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁ ବଢୁଥିବା କାରଣରୁ ଓଡ଼ିଶା ସରକାର ଖୁବ୍‌ ଶୀଘ୍ର ‘ଗଜବନ୍ଧୁ ଯୋଜନା’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ବନ୍ୟପ୍ରାଣୀ ଓ୍ଵାର୍ଡେନ ଅଜୟ ମହାପାତ୍ର ଏ ସଂପର୍କରେ ଶନିବାର ସୂଚନା ଦେଇଥିବା ଜାଣିବାକୁ ମିଳିଛି।

ଏହି ଯୋଜନା ସଂପର୍କରେ ସୂଚନା ଦେଇ ମହାପାତ୍ର କହିଛନ୍ତି, ‘ସାଧାରଣ ଲୋକ ବି ଏହି ଯୋଜନା ସହ ଯୋଡ଼ି ହୋଇପାରିବେ। ହାତୀ ସଂପର୍କିତ ସୂଚନା ଦେଇ ହାତୀମାନଙ୍କୁ ବଞ୍ଚାଇ ରଖିବାର ଏହି ଆନ୍ଦୋଳନରେ ସହାୟତାର ହାତ ବଢ଼ାଇଲେ ପୁରସ୍କାର ପ୍ରଦାନ କରାଯିବ। ଏହାଛଡ଼ା ହାତୀ ପ୍ରବଣ ଅଞ୍ଚଳମାନଙ୍କରେ ସିସିଟିଭି ଓ ସ୍ପିଡ୍‌ ବ୍ରେକର୍‌ ବି ଇନ୍‌ଷ୍ଟଲ୍‌ କରାଯିବ।

Al Jazeera

ରାଜ୍ୟରେ ଅନେକ ହାତୀ ମୃତ୍ୟୁ ଘଟୁଥିବାର ଦେଖିବାକୁ ମିଳୁଛି। ବିଶେଷ କରି ଅନେକ ହାତୀ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ଅଗଷ୍ଟ ୨୨ ତାରିଖରେ ଘଟଗାଁ ବନ୍ୟ ରେଞ୍ଜ ଅଧୀନରେ ଥିବା ବାଲିଯୋଡ଼ିସ୍ଥିତ ଜାତୀୟ ରାଜପଥ-୨୦କୁ ୧୦ଟି ହାତୀ ପାର୍‌ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ବାଡ଼େଇ ଦେବାକୁ ୩ଟି ହାତୀଙ୍କ ଜୀବନ ଯାଇଥିଲା।

ସମ୍ବନ୍ଧିତ ଖବର