ଆଜିଠୁ ସ୍କୁଲ୍‌ରେ ନାମଲେଖା

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ/ଅନୁଦାନପ୍ରାପ୍ତ, ଅଣ-ଅନୁଦାନପାପ୍ତ ବିଦ୍ୟାଳୟ, ମାଦ୍ରାସା, ସଂସ୍କୃତ ‌ଟୋଲଗୁଡ଼ିକରେ ସୋମବାରଠାରୁ ନାମଲେଖା ଆରମ୍ଭ ହେବ। ପ୍ରତିଦିନ ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ଗୋଟିଏ ସମୟରେ ୫ରୁ ଅଧିକ ଅଭିଭାବକ/ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯିବ ନାହିଁ। ସ୍କୁଲରେ ନାମ ଲେଖାଇବା ଲାଗି ଛାତ୍ରଛାତ୍ରୀ/ଅଭିଭାବକ ବିଦ୍ୟାଳୟକୁ ଆସିବା ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ। ଛାତ୍ରଛାତ୍ରୀ/ଅଭିଭାବକଙ୍କ ଲାଗି ସ୍କୁଲ ନୋଟିସ୍‌ ବୋର୍ଡରେ ସମସ୍ତ ନିର୍ଦେଶାବଳି ଉଲ୍ଲେଖ ରହିବ। ଏଥିସହ ନିର୍ଦେଶାବଳୀକୁ ହ୍ବାଟ୍‌ସ-ଆପ୍‌ ମାଧ୍ୟମରେ ଛାତ୍ରଛାତ୍ରୀ/ଅଭିଭାବକ/ସିଆର୍‌ସିସିଙ୍କୁ ପଠାଯିବ। ନାମଲେଖାର ଅନ୍ୟ ନିୟମାବଳିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଜୁଲାଇ ୧୫ ସୁଦ୍ଧା ସମସ୍ତ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ଶେଷ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର