ସ୍କୁଲରେ ନାମ ଲେଖାଇବା ପାଇଁ ଏସ୍‌ଓପି ଜାରି କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ସ୍କୁଲରେ ନାମ ଲେଖାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏସ୍‌ଓପି ଜାରି କରିଛି। ଏହି ଗାଇଡଲାଇନ୍‌ ଅନୁସାରେ ସ୍କୁଲରେ ନାମ ଲେଖାଯାଇପାରିବ। ନାମ ଲେଖାଇବା ସମୟରେ କୋଭିଡ୍‌-୧୯ ନିୟମାବଳି ବାଧ୍ୟତାମୂଳକ ଭାବେ ପାଳନ କରାଯିବ। ସେହିପରି ନାମଲେଖାରୁ ଯେପରି କୌଣସି ଛାତ୍ରଛାତ୍ରୀ ବାଦ୍‌ ନପଡ଼ନ୍ତି, ତା’ ଉପରେ ଗୁରୁତ୍ୱ ଦିଆଯିବ।

ବିଦ୍ୟାଳୟରେ ଗ୍ରେଡ ୧ରୁ ୮ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀ (ଶିକ୍ଷା ବର୍ଷ ୨୦୨୦-୨୧)କୁ ଉତ୍ତିର୍ଣ୍ଣ କରାଯିବ। ଏଥି ସହିତ ଗ୍ରେଡ ୯ ଓ ୧୦ର ଛାତ୍ରଛାତ୍ରୀ କେମିତି ଉତ୍ତିର୍ଣ୍ଣ ହେବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଭିତରେ ଉର୍ତ୍ତିର୍ଣ୍ଣ ଛାତ୍ରଛାତ୍ରୀ ଅଥବା ଅଭିଭାବକଙ୍କ ନାମ ଲେଖାଇବା ବେଳେ ସେମାନଙ୍କର ଉପସ୍ଥିତି ଆବଶ୍ୟକତା ନାହିଁ। ବିଦ୍ୟାଳୟ ରେଜିଷ୍ଟର ଖାତାରେ ଥିବା ତଥ୍ୟ ଅନୁସାରେ ଏହି ପ୍ରକ୍ରିୟା ଚାଲିବ।

ଛାତ୍ରଛାତ୍ରୀ ଗୋଟିଏ ସ୍କୁଲରୁ ଅନ୍ୟ ସ୍କୁଲକୁ ଯିବାକୁ ଚାହୁଁଥିଲେ, ସେହି ସମୟରେ ବର୍ତ୍ତମାନର ପ୍ରଧାନଶିକ୍ଷକ ନିକଟସ୍ଥ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀ ମୋବାଇଲ ନମ୍ବର ସହ ତାଲିକା ଦେବେ। ବିଦ୍ୟାଳୟ କର୍ତ୍ତୃପକ୍ଷ ନାମ ଲେଖାଇବା ପାଇଁ ଅଭିଭାବକଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିବେ।

ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ, ଅଭିଭାବକଙ୍କ ନାମ ପରିବର୍ତ୍ତନ କରିବାକୁ ଚାହୁଁଥିବେ ସେମାନେ ବର୍ତ୍ତମାନ ସ୍କୁଲରୁ ଟିସି (ଟ୍ରାନ୍‌ସଫର ସାର୍ଟିଫିକେଟ) ନେଇ ନୂତନ ସ୍କୁଲରେ ଦାଖଲ କରିପାରିବେ।

ସମ୍ବନ୍ଧିତ ଖବର