କଣ୍ତିଆହାଟ : ନିଜେ ଟ୍ରଲି ଟାଣି ବହି ବାଣ୍ଟିଲେ ପ୍ରଧାନ ଶିକ୍ଷୟିତ୍ରୀ

କଣ୍ତିଆହାଟ : କରୋନାକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ନିଜ କାର୍ଯ୍ୟ ଦ୍ବାରା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସ୍କୁଲ ଆଗୁଆ ବନ୍ଦ ହୋଇଯାଇଥିବାରୁ ପିଲାଙ୍କ ନିକଟରେ ବହି ପହଞ୍ଚି ପାରିନାହିଁ। କିନ୍ତୁ ଜଣେ ପ୍ରଧାନଶିକ୍ଷୟିତ୍ରୀ ନିଜେ ଟ୍ରଲିରେ ବହି ଲଦି ତାକୁ ଟାଣି ଟାଣି ପିଲାଙ୍କ ଘରକୁ ଯାଇ ବହି ବାଣ୍ଟିବା ଘଟଣାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏଭଳି ଉଦାହରଣ ସୃଷ୍ଟି କରିଛନ୍ତି ରାଜକନିକା ବ୍ଲକ ହାଟସାହି ଶାସ୍ତ୍ରୀଜୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଅପର୍ଣ୍ଣା ମଲିକ। ବିଭିନ୍ନ ବସ୍ତିର ୧୦୩ ଜଣ ଛାତ୍ରୀଛାତ୍ରଙ୍କୁ ସେ ବହି ବାଣ୍ଟିଛନ୍ତି। ଏହି ସମୟରେ ସେ କରୋନା ମହାମାରୀ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର