ବୈପାରିଗୁଡ଼ା: ଘରୋଇ ସ୍କୁଲର ପିଅନ୍ଙ୍କ ଶେଷ ଦର୍ଶନ ପାଇଁ ଯାଉଥିବା ବେଳେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ସ୍କୁଲର ପ୍ରିନ୍ସପାଲ୍ଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। ସ୍କୁଲର ଅନ୍ୟ ୮ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଞ୍ଚି ବିଜୟୱାଡା ୩୨୩ ନମ୍ବର ଜାତୀୟ ରାଜପଥର ବୈପାରିଗୁଡ଼ା ଥାନ୍ତା ଅନ୍ତର୍ଗତ ମନ୍ତ୍ରୀଆମ୍ବଘାଟିରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ନିଳୀମା ପଣ୍ଡା।
ପୁଲିସର ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁରରେ ପରିଚାଳିତ ଘରୋଇ ସ୍କୁଲ ‘ଇମାନୁଏଲ୍’ରେ କାର୍ଯ୍ୟରତ ଜଣେ ପିଅନ୍ଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ଗତକାଲି ରାତିରେ ତାଙ୍କୁ ବିଶାଖାପାଟଣା ଠାରୁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କନ୍ଧଗୁଡ଼ାସ୍ଥିତ ବାସଭବନକୁ ନିଆଯାଇଥିଲା। ଏହି ଖବର ପାଇ ସ୍କୁଲର ୨୮ ଜଣ କର୍ମଚାରୀ ଆଜି ସକାଳୁ ଏକ ବସ୍ ଯୋଗେ କନ୍ଧଗୁଡ଼ା ଅଭିମୁଖେ ଶେଷ ଦର୍ଶନ ପାଇଁ ବାହାରିଥିଲେ।
/sambad/media/post_attachments/wp-content/uploads/2024/02/d172e6b7-1acc-4afd-8ddf-d67425e9e97e.jpeg)
ପ୍ରାୟ ସାଢ଼େ ୮ଟା ବେଳେ ସ୍କୁଲ ବସ୍ଟି ବୈପାରିଗୁଡ଼ା ଥାନ୍ତା ଅନ୍ତର୍ଗତ ମନ୍ତ୍ରୀଆମ୍ବଘାଟିରେ ବ୍ରେକ୍ଫେଲ୍ ହେବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨୩ ଜଣଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିଲେ ଏବଂ ସ୍କୁଲର ପ୍ରିନ୍ସପାଲଙ୍କ ପତ୍ନୀ ନିଳୀମା ପଣ୍ଡାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଥି ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଶୋଚନୀୟ ଥିବାରୁ ସେମାନଙ୍କୁ ଲମତାପୁଟସ୍ଥିତ ଆଶା କିରଣ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
/sambad/media/post_attachments/wp-content/uploads/2024/02/94461fa7-ed5d-4c0b-8121-68edbd57b921.jpeg)
ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ବର୍ଗତ ପଣ୍ଡାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ରିପୋର୍ଟ ଲେଖାପପର୍ଯ୍ୟନ୍ତ ବସ୍ଟି ଉଦ୍ଧାର କରାଯାଇ ପାରି ନାହିଁ। ଫଳରେ ଜାତୀୟ ରାଜପଥର ଏକପାର୍ଶ୍ବରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିଛି। ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/a3df93f1-0c77-423f-aa9e-6b201c42cd74.jpeg)