ସହରରେ ସ୍କୁଲ ବସ୍‌ ଓ ଅଟୋ ଯାଞ୍ଚ:  ୨ ଲକ୍ଷ ୧୫ ହଜାର ଟଙ୍କା ଜରିମାନା

ରାଉରକେଲା: ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତ୍ରାଙ୍କୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରମୁଖ ସହରରେ ସ୍କୁଲ ବସ୍‌ ଓ ଅଟୋଗୁଡ଼ିକୁ ଯାଞ୍ଚକୁ କଡ଼ାକଡି କରାଯାଇଛି। ଗତ କିଛି ଦିନ ଧରି ପରିବହନ ବିଭାଗ ପକ୍ଷରୁ ଘରୋଇ ସ୍କୁଲକୁ ଯାତାୟତ କରୁଥିବା ବସ୍‌ ଓ ଅଟୋଗୁଡ଼ିକୁ କଡାକଡ଼ି ଭାବେ ଯାଞ୍ଚ କରାଯାଉଛି। ବିନା ବୀମା, ଅନୁମତି ଓ ପ୍ରଦୂଷଣ ପ୍ରମାଣପତ୍ରରେ ଚାଲୁଥିବା ବସ୍‌ ଓ ଅଟୋଗୁଡ଼ିକରୁ ଜରିମାନା ଆଦାୟ କରାଯାଉଛି। ଆଜି ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ସହରର ପ୍ରମୁଖ ଛକରେ ଘରୋଇ ସ୍କୁଲ ବସ୍‌ ଓ ଅଟୋଗୁଡ଼ିକୁ ଯାଞ୍ଚ କରିଥିଲେ।

ଦୁଇ ଦିନ ମୋଟ  ୩୧ ସ୍କୁଲ ବସ୍‌ ଓ ଅଟୋଗୁଡ଼କ ନିୟମ ଭଙ୍ଗ କରିଥିବା ଯାଞ୍ଚରୁ ଜଣାପଡିଥିଲା। ୩୧ଟି ଗାଡ଼ିରୁ ମୋଟ ୨ ଲକ୍ଷ ୧୫ ହଜାର ଚାଲାଣ କଟାଯାଇଛି। ଯାଞ୍ଚରୁ  ନିୟମ ଭଙ୍ଗକାରୀ ସେକ୍ଟର-୧୯ ସେଣ୍ଟ ପଲ ଓ ଉଦିତନଗର ଓରାମପଡା ଇଣ୍ଡୋ ଇଂରାଜୀ ମାଧ୍ୟମ ସ୍କୁଲର ଗୋଟିଏ ଲେଖାଏଁ ବସ୍‌ରୁ ମୋଟା ଅଙ୍କର ଜରିମାନା ଆଦାୟ କରିଥିବା ଜଣାପଡିଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ପରିବହନ କମିଶନର ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ଆରଟିଓ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦାଗିଦ ପରେ ପରି ଆଞ୍ଚଳିକ ପରିବହନ ବିଭାଗ ଅଧକାରୀଙ୍କ ଚେତାପଶୁଛି। ତତ୍ପର ହେଉଛନ୍ତି। ରାଉରକେଲା ସହରରେ ଏବେ ଶତାଧିକ ଗାଡ଼ି ବିନା ବୀମା, ଅନୁମତି ଓ ପ୍ରଦୂଷଣରେ ଚାଲୁଥିଲେ ହେଁ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର