ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ନିର୍ଦେଶ : ୪ ଜିଲ୍ଲାରେ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ଆଜି ଚିଠି ଲେଖି ଆଗୁଆ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ବିଶେଷ କରି ଲୋକଙ୍କ ସୁରକ୍ଷା ଉପରେ ଜୋର୍ ଦିଆଯାଇଛି। ସଚିବାଳୟରେ ମୁଖ୍ୟ ଶାସନ ସଚିବ ଏକ ପ୍ରସ୍ତୁତି ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଜନଜୀବନ ହାନି ନ ହୁଏ, ସେଥି ପ୍ରତି ସଜାଗ ରହିବାକୁ ପ୍ରଶାସନକୁ ସତର୍କ କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ୧୦ ତାରିଖରୁ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ସରକାର ନି‌େର୍ଦ୍ଦଶ ଦେଇଛନ୍ତି। ଗଜପତି, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, ଭଦ୍ରକ ଓ ଯାଜପୁରରେ ଆଜି ଠାରୁ ଏନ୍‌ଡିଆର୍‌ଏଫ୍ ଟିମ୍ ମୁତୟନ କରାଯାଇଛି। ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ବାଲେଶ୍ବର, ମୟୂରଭଞ୍ଜ ଓ କଳାହାଣ୍ଡିରେ ୭ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି। ସମସ୍ତ ଟିମ୍‌କୁ ଆବବଶ୍ୟକ ସରଞ୍ଜାମ ସହ ସଜାଗ ରଖାଯାଇଛି। ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଆଣିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ଚାଳଛପର ଘରଗୁଡ଼ିକ ଭାଙ୍ଗିବାର ଆଶଙ୍କା ଥିବାରୁ ସେଠାରୁ ରହୁଥିବା ଲୋକମାନଙ୍କୁ ବା‌ତ୍ୟା ଆଶ୍ରୟସ୍ଥଳ କିମ୍ବା ନିରାପଦ ପକ୍କା ଘରକୁ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି। ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳମାନେ ପରିସ୍ଥିତି ଦେଖି ବ୍ୟବସ୍ଥା କରିବେ। ସ୍ଥାନାନ୍ତର ସମୟରେ ବୟସ୍କ ବ୍ୟକ୍ତି, ଛୋଟ ପିଲା, ଭିନ୍ନକ୍ଷମ ଓ ମହିଳାମାନଙ୍କୁ ସ୍ବତନ୍ତ୍ର ଭାବେ ଯତ୍ନ ନେବାକୁ ନିର୍ଦ୍ଦେଶ ଜାରି ହୋଇଛି। ବିଭିନ୍ନ ଆବାସିକ ବିଦ୍ୟାଳୟରେ ଥିବା ହଷ୍ଟେଲ୍‌ଗୁଡ଼ିକରେ ଯଥେଷ୍ଟ ଖାଦ୍ୟ ମହଜୁଦ ରଖିବାକୁ କୁହାଯାଇଛି। ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ୍ ସାମଗ୍ରୀ ମଧ୍ୟ ଜିଲ୍ଲା‌ ସ୍ତରରେ ମହଜୁଦ୍ ରଖାଯିବ।

ଏସ୍‌ଆର୍‌ସିଙ୍କ ନିଦର୍ଦ୍ଦଶ ଅନୁଯାୟୀ ଜିଲ୍ଲା ଜରୁରିକାଳୀନ କେନ୍ଦ୍ର ଓ କ‌‌େଣ୍ଟ୍ରାଲ୍ ରୁମ୍ ୨୪ ଘଣ୍ଟା ଖୋଲା ରହିବ। ବାତ୍ୟା ସହ ବନ୍ୟାର ଆଶଙ୍କା ଥିବାରୁ ତାହାର ମୁକାବିଲା ପାଇଁ ମଧ୍ୟ ଆବଶ୍ୟକ ବନ୍ଦୋବସ୍ତ ଜିଲ୍ଲାପାଳମାନେ କରିବେ। ବାତ୍ୟା ବେଳେ ପବନର ବେଗ ଅଧିକ ରହିଲେ ବିଦ୍ୟୁତ କାଟ ହେବାର ଆଶଙ୍କା ରହିଛି। ତେଣୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାୱାର୍ ବ୍ୟାକ୍-ଅପ୍ ପାଇଁ ଆଗୁଆ ବନ୍ଦୋବସ୍ତ କରିବାକୁ ପଡ଼ିବ। ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ପରିବହନ ପାଇଁ ରାସ୍ତା ଠିକ୍ ଥିବା ଆବଶ୍ୟକ। ସେଥି ପାଇଁ ବାତ୍ୟା ପରେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସଚିବାଳୟରେ ହୋଇଥିବା ପ୍ରସ୍ତୁତି ବୈଠକରେ ବାତ୍ୟାର ମୁକାବିଲା ପାଇଁ ସଂପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟ ସେବା ଓ ପାନୀୟ ଜଳ ଯୋଗାଣ ଉପରେ ସର୍ବାଧିକ ଗୁରୁତ୍ବାରେ‌ାପ କରାଯାଇଥିଲା। ପ୍ରବଳ ବର୍ଷା ଯୋଗୁ ସହରରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପମ୍ପସେଟ୍ ପ୍ରସ୍ତୁତ ରଖିବା ସହ ବିଦ୍ୟୁତ ସଂଯୋଗ ସ୍ଥାପନ ପାଇଁ ଆବଶ୍ୟକ ସରଞ୍ଜାମ ପ୍ରସ୍ତୁତ ରଖିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର