ଆସନ୍ତାକାଲି ‘ଭାରତ ବନ୍ଦ’ ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ, ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା

ଭୁବନେଶ୍ବର: ଭାରତ ବନ୍ଦ ପାଇଁ ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା । ଆସନ୍ତାକାଲି ଭାରତ ବନ୍ଦ ପାଇଁ +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଏହି ତାରିଖରେ ହେବାକୁ ଥିବା ପରୀକ୍ଷା ୩୦ ତାରିଖରେ ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ ।

ଏହା ସହ ଭାରତ ବନ୍ଦକୁ ଆଖି ଆଗରେ ରଖି ଆସନ୍ତାକାଲି ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସ୍କୁଲ ବନ୍ଦ ରହିବ। ଆଜି ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ। ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରି କରାଯାଇ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟକୁ ଭାରତ ବନ୍ଦ ହେତୁ ଛୁଟି ଘୋଷଣା କରାଯାଇଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ବିଲକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତା କାଲି ଏହି ଆନ୍ଦୋଳନକୁ ୪ ମାସ ପୁରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତା କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ । ବନ୍ଦ ବେଳେ ପୁରା ଦେଶରେ ସଡକ, ରେଳ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର