କରଞ୍ଜିଆ : ଝାଡ଼ଖଣ୍ଡରୁ ପଳାଇ ଆସିଥିବା ୨୨ଟି ହାତୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଏମାନଙ୍କ ଉତ୍ପାତ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ଆଜି ଜନବସତି ନିକଟରେ ହାତୀପଲଙ୍କ ଅବାଧ ଚଳପ୍ରଚଳ ଦେଖିବା ପରେ ସାନଦେଉଳି ଉଚ୍ଚ ପ୍ରାଥମିକ ସ୍କୁଲକୁ ଛୁଟି କରିଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରଖି ବିଭାଗୀୟ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସୂଚନା ଅନୁସାରେ, ଆଜି ଗାଁ ରାସ୍ତା ଉପରେ ହାତୀପଲ ଦୀର୍ଘ ସମୟ ଧରି ଠିଆ ହେବା ଫଳରେ ଯାତାୟାତ ଠପ୍ ହୋଇ ଯାଇଥିଲା। ହାତୀମାନଙ୍କୁ ପାଖରୁ ଦେଖି ସାନଦେଉଳି ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଭୟଭୀତ ହୋଇପଡ଼ିଥିଲେ। ଏ ସଂପର୍କରେ ପ୍ରଧାନଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ମହାନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସ୍କୁଲକୁ ଛୁଟି କରି ଦିଆଯାଇଥିବା ଜଣାପଡ଼ିଛି।
କରଞ୍ଜିଆ : ହାତୀ ପାଇଁ ସ୍କୁଲ ଛୁଟି
/sambad/media/post_attachments/wp-content/uploads/2019/11/elephant-karanjia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)