ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ଦୋଳପୂର୍ଣ୍ଣିମା ଓ ରଙ୍ଗର ପର୍ବ ହୋଲି ଲାଗି ୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ଗଣଶିକ୍ଷା ଅଧିନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ୨ ଦିନ ଛୁଟି ରହିବ । ଆଜି ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ବର୍ଷ କରୋନା ହେତୁ ସମସ୍ତ ସ୍କୁଲକୁ ରାଜ୍ୟ ସରକାର ବନ୍ଦ ରଖିଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ପୁଣି ଖୋଲିଛି ସ୍କୁଲ । ତେବେ ୧୦୦ ଦିନ ଲାଗି ପିଲାଙ୍କ ପାଠପଢ଼ା ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା। ମାତ୍ର ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଛି ଓ ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି। ଏହାରି ମଧ୍ୟରେ ହୋଲି ଓ ଦୋଳକୁ ଛୁଟି ଘୋଷଣା କରିବା ନିଷ୍ପତ୍ତି ଆସିଛି । ଏଥର ହୋଲି ଘରେ ରହି ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।