ଭୁବନେଶ୍ବର : ସ୍କୁଲ ଫି’ ଛାଡ଼ ସମ୍ପର୍କରେ ହାଇକୋର୍ଟ ଦେଇଥିବା ରାୟକୁ ନେଇ ବିଭ୍ରାନ୍ତି ସୃଷ୍ଟି ନକରିବା ଲାଗି ଫେଡରେସନ୍ ଅଫ୍ ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ସାଧାରଣ ସମ୍ପାଦକ ସତ୍ୟବ୍ରତ ମୀନକେତନ ପରାମର୍ଶ ଦେଇଛନ୍ତି। ଏକ ବିବୃତି ଦେଇ ସେ କହିଛନ୍ତି ଯେ ହାଇକୋର୍ଟ ସମସ୍ତ ପକ୍ଷଙ୍କ ଯୁକ୍ତିକୁ ଶୁଣିବା ପରେ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ୨୦୦୨ ମସିହା ଟିଏମ୍ଏ ପାଇ ମାମଲାରେ ଦେଇଥିବା ରାୟକୁ ଆଧାର କରି ହାଇକୋର୍ଟ ସ୍ପଷ୍ଟ ଭାବେ ରାୟର ପାରା ୨୮ରେ କହିଛନ୍ତି ଯେ ୧୪ ଜଣ ସ୍ବାକ୍ଷର କରିଥିବା ବୁଝାମଣାପତ୍ର ଆଧାରରେ କୋଭିଡ୍-୧୯ ମହାମାରୀ ସମୟରେ ସ୍କୁଲ ଫି’ ଛାଡ଼ ପାଇଁ କୌଣସି ନିର୍ଦିଷ୍ଟ ଆଦେଶ ନାହିଁ। ମାତ୍ର ରାଜ୍ୟ ସରକାରଙ୍କ ଦ୍ବାରା ୧୯୯୬ ସେପ୍ଟେମ୍ବର ୨୩ର ରିଜୋଲୁସନ କାର୍ଯ୍ୟକାରିତା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ଏମ୍ଓୟୁ ଦ୍ବାରା କୌଣସି କାର୍ଯ୍ୟାନୁଷ୍ଠାନ ଆଇନ ସମ୍ମତ ନୁହେଁ। ଏହାବ୍ୟତୀତ ଯଦି ଏବାବଦରେ କୌଣସି ପକ୍ଷ ପାଇଁ ସମସ୍ୟା ହୁଏ ତେବେ ଏହାକୁ ଅନ୍ୟ ଏକ ମକଦ୍ଦମା ଦ୍ବାରା ଆବେଦନ କରିପାରିବେ। ଏଠାରେ ସଙ୍ଗଠନ ସ୍ପଷ୍ଟ କରି ଦେବାକୁ ଚାହୁଁଛି ଯେ ସ୍କୁଲ ଫି’ ଛାଡ଼ ସମ୍ପର୍କରେ ହାଇକୋର୍ଟ ନିଷ୍ପତ୍ତିର ଭ୍ରମାତ୍ମକ ଅର୍ଥ ବାହାର କରାନଯାଉ। ଅଭିଭାବକମାନେ ସ୍କୁଲ ସହ ସହଯୋଗ କରନ୍ତୁ ବୋଲି ଶ୍ରୀ ମୀନକେତନ ଅନୁରୋଧ କରିଛନ୍ତି।
ସ୍କୁଲ ଫି’ ବିବାଦ ପ୍ରସଙ୍ଗ : ‘ହାଇକୋର୍ଟ ରାୟକୁ କଦର୍ଥ କରା ନଯାଉ’
/sambad/media/post_attachments/wp-content/uploads/2020/03/schools.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)